ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ବ
ନୂଆଦିଲ୍ଲୀ : ନିର୍ବାଚନ ଆଗରୁ କଂଗ୍ରେସର ମାଷ୍ଟରଷ୍ଟ୍ରୋକ୍ । ପ୍ରିୟଙ୍କା ଗାନ୍ଧି ହେଲେ କଂଗ୍ରେସର ମହାସଚିବ । ରାଜନୀତିକୁ ଓହ୍ଲାଇଲେ ପ୍ରିୟଙ୍କା । କଂଗ୍ରେସରେ ପ୍ରିୟଙ୍କାଙ୍କୁ ମିଳିଲା ଅଫିସିଆଲ୍ ଏଣ୍ଟ୍ରି । ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ପ୍ରଥମଥର ପାଇଁ କଂଗ୍ରେସ ଦଳୀୟ ସଂଗଠନରେ ମିଳିଲା ଦାୟିତ୍ବ । ଉତ୍ତରପ୍ରଦେଶ ପାଇଁ କଂଗ୍ରେସ ୨ଜଣ ପ୍ରଭାରୀଙ୍କୁ ଦାୟିତ୍ୱ ଦେଇଛି । ପ୍ରିୟଙ୍କା ଗାନ୍ଧିଙ୍କ ସହ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରଭାରୀ ଦାୟିତ୍ବ ମିଳିଛି ।

ଲୋକସଭା ନିର୍ବାଚନରେ ମୋଦିଙ୍କୁ ଟକ୍କର ଦେବ ରାହୁଲ-ପ୍ରିୟଙ୍କା ଯୋଡି । ଏଥିସହ ଉତ୍ତରପ୍ରଦେଶ ଭଳି ବଡ ରାଜ୍ୟର ନିର୍ବାଚନୀ ମଇଦାନ ସମ୍ଭାଳିବାକୁ ପ୍ରିୟଙ୍କା ଏବଂ ସିନ୍ଧିଆ ଭଳି ଯୁବ ଗୋଷ୍ଠୀ କାନ୍ଧରେ ଦାୟିତ୍ବ ଦେଇଛି କଂଗ୍ରେସ । ପ୍ରିୟଙ୍କା ଫେବୃଆରୀରେ ସମ୍ଭାଳିବେ ଦାୟିତ୍ବ । କଂଗ୍ରେସରେ ପ୍ରିୟଙ୍କା ଦାୟିତ୍ବ ନେବା ପରେ ପ୍ରଶ୍ନ ଉଠୁଛି । କଂଗ୍ରେସକୁ ମିଳିଲା କି ଟ୍ରମ୍ପ କାର୍ଡ ? ମହିଳାଙ୍କ ସମର୍ଥନ ମିଳିବା ଆଶା ? ଭଲ ବକ୍ତା ଭାବରେ ମିଳିବ ଫାଇଦା ? କଂଗ୍ରେସକୁ ମିଳିଲା କି ବଡ ଚେହେରା ? ପରିବାର କାର୍ଡରେ ମିଳିବ କି ଫାଇଦା ? ତେବେ ପ୍ରିୟଙ୍କା ଗାନ୍ଧିଙ୍କୁ ଦାୟିତ୍ବ ମିଳିବା ପରେ ବିଜେପି ପ୍ରତିକ୍ରିୟା ପ୍ରକାଶ କରି କହିଛି ବିଜେପିରେ ପାର୍ଟି ହେଉଛି ପରିବାର, କଂଗ୍ରେସରେ ପରିବାର ହିଁ ପାର୍ଟି । ରାହୁଲଙ୍କ ଆଶା ବାଡି ହେବାକୁ ଆସିଛନ୍ତି ପ୍ରିୟଙ୍କା । ନିର୍ବାଚନ ଆଗରୁ କଂଗ୍ରେସ ପ୍ରିୟଙ୍କା କାର୍ଡ ଖେଳିଥାଏ ବୋଲି ବିଜେପି କହିଛି । ଏପଟେ ପ୍ରିୟଙ୍କାଙ୍କୁ ମହାସଚିବ କରିବା ପରେ କଂଗ୍ରେସ ନେତା ଆଶା ସାଧାରଣ ନିର୍ବାଚନରେ ବାନ୍ଧିଛନ୍ତି ।
