ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ : ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେଦେଶବାସୀ

କଟକ : ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ।  ଏହି ମହାନ ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଦେଶବାସୀ । ଲାଲକିଲ୍ଲାରେ ନେତାଜୀ ମ୍ୟୁଜିୟମର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଟକ ନେତାଜୀ ସଂଗ୍ରହାଳୟରେ ମଧ୍ୟ ସ୍ବତନ୍ତ୍ର ଉତ୍ସବର ଆୟୋଜିତ ହୋଇଥିଲା । ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାଜ୍ୟପାଳ ଓ  ମୁଖ୍ୟମନ୍ତ୍ରୀ ।  

ମହାନ ରାଷ୍ଟ୍ରଭକ୍ତ ନେତାଜୀଙ୍କୁ ସମ୍ମାନ । ଐତିହାସିକ ଲାଲକିଲ୍ଲା ପରିସରରେ ସ୍ଥାପନ ହେଲା ନେତାଜୀ ସ୍ମୁତିରେ ମ୍ୟୁଜିୟମ । ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତି ଅବସରରେ ଏହି ମ୍ୟୁଜିୟମକୁ ଦେଶବାସୀଙ୍କ ପାଇଁ ସମର୍ମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜନ୍ମମାଟି କଟକ ଓଡିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଛନ୍ତି । ଏଥି ସହ ସଂଗ୍ରହାଳୟ ମଧ୍ୟ ବୁଲି ଦେଖିଛନ୍ତି । ଚଳିତ ବର୍ଷ ନେତାଜୀଙ୍କ ପିଲା ଦିନର କିଛି ବିରଳ ଫଟୋ ୧୨ ନମ୍ବର ଗ୍ୟାଲେରୀରେ ସ୍ଥାନ ପାଇଛି । ସେପଟେ ନେତାଜୀଙ୍କୁ ନେଇ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପ୍ରମୋଦ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରିଛନ୍ତି ।

ଏହାଛଡା ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ୧୪ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ଏକ ଚିତ୍ରକଳା ପ୍ରଦର୍ଶିନୀ ହୋଇଥିଲା ।

Leave A Reply

Your email address will not be published.