କଳାହାଣ୍ଡି : କଳାହାଣ୍ଡି ଜୟପାଟଣାରେ ପୁଣି ସମଲିଙ୍ଗୀ ବିବାହ ମାମଲାକୁ ନେଇ ଥାନାରେ ହାଇଡ୍ରାମା । ନାବାଳିକା ପ୍ରେମିକାକୁ ସାଙ୍ଗରେ ନେବାକୁ ଥାନାରେ ବସି ରହିଛି ସମଲିଙ୍ଗି ପ୍ରେମିକ । ଉଭୟଙ୍କ ପରିବାର ପୋଲିସ ଆପୋସ ବୁଝାମଣା ପାଇଁ ଚେଷ୍ଟା କରି ଶେଷରେ ବିଫଳ ହୋଇଛନ୍ତି ।

ପୁଣି ସମଲିଙ୍ଗୀ ବିବାଦକୁ ନେଇ ଥାନାରେ ହାଇଡ୍ରାମା । ନିକଟରେ ପଟମୁଣ୍ଡାଇରେ ସମଲିଙ୍ଗୀ ବିବାଗ ବିବାଦ ସମାଧାନ ହୋଇନଥିବା ବେଳେ ଏବେ କଳାହାଣ୍ଡି ଜଣପାଟଣାରୁ ଆସିଛି ସମାନ ଅଭିଯୋଗ । ଦୁଇ ସମଲିଙ୍ଗୀଙ୍କ ମଧ୍ୟରେ ବିବାହ ପ୍ରସଙ୍ଗରେ ଥାନାରେ ହାଇଡ୍ରାମା ଦେଖିବାକୁ ମିଳିଛି । ଘରଲୋକ ନାବାଳିକା ଜଣଙ୍କୁ ତାଙ୍କ ପ୍ରେମିକ ଠାରୁ ଯୋର ଜବରଦସ୍ତ ଅଲଗା କରିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତ ଯୁବତୀ ପ୍ରେମିକ । ପରିବାର ସଦସ୍ୟଙ୍କ ଚାପରେ ନବମ ଶ୍ରେଣୀ ଛାତ୍ରୀ ଜଣଙ୍କ ପାଟି ଖୋଲୁନଥିବା ସେ ଅଭିଯୋଗ କରିଛନ୍ତି ।
ଉଭୟ ୩ଦିନ ପୂର୍ବରୁ ଘରୁ ଫେରାର ହୋଇ ଯାଇଥିଲେ । ଦଶପଲ୍ଲାରୁ ଉଭୟଙ୍କୁ ଠାବ କରି ନାବାଳିକାକୁ ଫେରାଇ ଆଣିଥିଲେ ପରିବାର ଲୋକେ । ଫେରାର ଘଟଣାକୁ ନାବାଳିକା ଜଣକ ସ୍ବୀକାର କରିଛି । କିନ୍ତୁ ବର୍ତ୍ତମାନ ଉକ୍ତ ଯୁବତୀଙ୍କ ସହିତ ଯିବାକୁ ମନା କରିଛି । ତେବେ ନାବାଳିକା ଜଣଙ୍କ ପରିବାର ଚାପରେ ବୟାନ ବଦଳାଉଥିବା ତାଙ୍କର ପ୍ରେମିକ ଅଭିଯୋଗ କରିଛନ୍ତି ଉଭୟଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।
