ଭୁବନେଶ୍ବର : ପଦ୍ମଶ୍ରୀ ସମ୍ମାନକୁ ଅଗ୍ରାହ୍ୟ କଲେ ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା । ଏକ ପ୍ରେସ ନୋଟ୍ ମାଧ୍ୟମରେ ସେ ତାଙ୍କର ନିଷ୍ପତ୍ତି ଜଣାଇ ଦେଇଛନ୍ତି। ଗୀତା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଅଛି। ତେଣୁ ଏହା ଏକ ଭୁଲ୍ ବାର୍ତ୍ତା ଦେବ। ଏହା ସରକାର ଓ ମୋ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଥାଆନ୍ତା। ଗୀତା ମେହେଟ୍ଟାଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ପ୍ରବାସୀ ଭାରତୀୟ ଭାବେ ତାଙ୍କୁ ଏହି ସମ୍ମାନ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା ।
