ଜାତୀୟ ପତାକା ଅବତରଣ ବେଳେ ଅଘଟଣ : ୧୧ କେଭି ତାର ଲାଗି ଶ୍ରମିକଙ୍କ ମୃତ୍ୟୁ

ନବରଙ୍ଗପୁର : ଜାତୀୟ ପତାକା ଅବତରଣ ବେଳେ ଅଘଟଣ । ଜାନୁଆରୀ ୨୬ ଶନିବାର ଜାତୀୟ ପତାକା ଅବତରଣ ବେଳେ ଉମରକୋଟରେ ୧୧ କେଭି ତାର ଲାଗି ଜଣେ ଶ୍ରମିକଙ୍କ ଜୀବନ ଯାଇଛି ।
ଶ୍ରମିକ ଜଣକ ବିଦ୍ୟୁତ୍‌ ତା’ର ସଂସ୍ପର୍ଶରେ ଆସି ଆଜି ସନ୍ଧ୍ୟାରେ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁସାରେ ଆହତ ପରେ ପରିବାରବର୍ଗ ଶ୍ରମିକଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମୃତକଙ୍କ ନାମ କାଳୁ ହରିଜନ (୩୮)। ଶ୍ରମିକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଅଂଚଳର ଲୋକେ ଏହି ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି।

Leave A Reply

Your email address will not be published.