ଶ୍ବଶୁର ପାଲଟିଗଲା ସଇତାନ , ବୋହୂ ଉପରେ ପକାଇଲା କାମୁକ ନଜର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ୫ନମ୍ବର ୱାର୍ଡ ବଜାରସାହୀରେ ଅଭାବନୀୟ ଘଟଣା। ବୋହୂକୁ ଦୁଷ୍କର୍ମ ସହ ପୋଡି ମାରିଦେବାକୁ ଶ୍ବଶୂର ଉଦ୍ୟମ କରିଥିବାର ସଙ୍ଗୀନ ଅଭିଯୋଗ । ଜାମସେଦପୁର ଟାଟା ମୋମୋରିଆଲ ହସ୍ପିଟାଲରେ ଚିକତ୍ସାଧୀନ ବୋହୂର ଅବସ୍ଥା ଗୁରୁତର ଥିବା କୁହାଯାଉଛି ।ଅଭିଯୁକ୍ତ ଶ୍ବଶୁର ପ୍ରତିଷ୍ଠିତ ବ୍ୟବସ୍ଥାୟୀ ରାମଗୋପାଳ ଖେମକା । ତାଙ୍କୁ ପୋଲିସ ଅଟକ ରଖିଛି, ତଦନ୍ତ ଜାରି ରହିଛି ।
ଶ୍ବଶୁର ପାଲଟିଗଲା ସଇତାନ । ଭୁଲିଗଲା ସଂପର୍କ । ହଜାଇ ଦେଲା ହିତାହିତ ଜ୍ଞାନ । ବୋହୂ ଉପରେ ପକାଇଲା କାମୁକ ନଜର । ଦୁଷ୍କର୍ମ ପରେ ପାପ ଲୁଚାଇବାକୁ ବୋହୂକୁ ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ । ପିଶାଚ ଶ୍ବଶୁରର ଏଭଳି ନାରକୀୟ କାରନାମା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ବଜାର ସାହିରେ । ଗୁରୁତରଭାବେ ଆହତ ବୋହୂକୁ ଜାମସେଦପୁରର ଟାଟା ମୋମୋରିଆଲ ହସ୍ପିଟାଲରେ ଭର୍ତ୍ତିକରାଯାଇଛି । ବୋହୂର ବାପଘର ଲୋକଙ୍କ ଅଭିଯୋଗ ଭିତ୍ତିରେ ପିଶାଚ ଶ୍ବଶୁର ରାଇରଙ୍ଗପୁରର ପ୍ରତିଷ୍ଠିତ ବ୍ୟବସାୟୀ ରାମଗୋଳପ ଖେମ୍କାଙ୍କୁ ଝାଡଖଣ୍ଡ ବିଷ୍ଣୁପୁରା ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି । ଘଟଣା ଘଟିଥିଲା ଶୁକ୍ରବାର ଭୋର ସମୟରେ । ରାମଗୋପାଳ ବୋହୂକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ନିଜ ପାପ ଲୁଚାଇବାକୁ କିରୋସିନ ଢାଳି ବୋହୂ ଦେହରେ ନିଆଁ ଲଗାଇଦେଇଥିଲା ସଇତାନ ଶ୍ବଶୁର । ଚିତ୍କାର ଶୁଣି ସ୍ତ୍ରୀକୁ ଉଦ୍ଧାର କରିବାକୁ ଯାଇ ରାମଗୋପାଳଙ୍କ ପୁଅ ଅବିନାଶ ମଧ୍ୟ ଆହତ ହୋଇଛନ୍ତି । ପୂର୍ବରୁ ମଧ୍ୟ ଶ୍ବଶୁର ଅନେକ ଥର ଦୁଷ୍କର୍ମ ଉଦ୍ୟମ କରିଥିବା ଅବିନାଶଙ୍କ ପତ୍ନୀ ବାପଘର ଲୋକଙ୍କୁ ଜଣାଇଥିଲେ ।କିନ୍ତୁ ବାପଘର କଥା ଶୁଣିବା ଦୂରେ ଥାଉ ,ବୋହୂକୁ ବାପଘରକୁ ମଧ୍ୟ ଛାଡୁନଥିଲେ । ଟାଟା ମେମୋରିଆଲ ହସ୍ପିଟାଲରେ ପହଞ୍ଚିଥିବା ବୋହୂଘର ପରିବାର ଲୋକେ ସେଠାରେ ରାମଗୋପାଳଙ୍କୁ ନିର୍ଦ୍ଧୁମ ଛେଚିଥିଲେ ଝିଅର ବାପ ଘର ଲୋକେ । ତାପରେ ତାଙ୍କୁ ନିକଟସ୍ଥ ବିଷ୍ଣୁପୁରା ଥାନା ପୋଲିସ ଜିମା ଦେଇଛନ୍ତି । ପୀଡିତାଙଅକ ବାପଘର ସୁନ୍ଦରଗଡ଼ ବଡଗାଁରେ , ସେ ୨୦୧୫ ଏପ୍ରିଲରେ ରାମଗୋପାଳଙ୍କ ପୁଅ ଅବିନାଶ ଖେମକାଙ୍କୁ ବିବାହ କରିଥିଲେ ।ତାଙ୍କର ଏକ ତିନି ମାସର ସନ୍ତାନ ରହିଛି । ପିଶାଚଶ୍ବଶୁର ରାମଗୋପାଲଙ୍କ ବିରୋଧରେ ଆଇପିସିର ଧାରା ୪୯୮(ଏ), ୩୦୭, ୩୭୬, ୨୦୧ ଓ ୩୪ରେ ମାମଲା ରୁଜୁ ହୋଇଛି ।ଘଟଣାଟି ଗଭୀର ଆଲୋଡନ ସୃଷ୍ଟି କରିଛି ।

Leave A Reply

Your email address will not be published.