ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ : ୧୫୦ କୋଟିର ପ୍ରକଳ୍ପ ଶୁଭାରମ୍ଭ, ମିଶନ ଶକ୍ତି ସମାବେଶରେ ଦେଲେ ଯୋଗ

ବାରିପଦା  : ବାରିପଦା ଗସ୍ତରେ ଯାଇ ୧୫୦କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ୧୧ଟି ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୬ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯେଉଁଥିରେ ରହିଛି ଉଦଳା ବ୍ଲକ୍ ରେ ଚମ୍ପା ନଦୀ ଉପରେ ହାଇଲେଭଲ ବ୍ରିଜ୍ ର ଉଦଘାଟନ, ଶୂଳିଆପଦା ବ୍ଲକ୍ ପାଇଁ ୩ଟି ପାଇପଲାଇନ୍ ଜଳଯୋଗାଣ ପ୍ରକଳ୍ପର ଉଦଘାଟନ, ତକତପୁରଠାରେ ଏମପିସି କଲେଜର ୪ଶହ ସିଟ୍ ବିଶିଷ୍ଟ ଛାତ୍ରୀନିବାସର ଉଦଘାଟନ । ସେହିପରି ବଡସାହି ବାରିପଦା ବ୍ଲକ୍ ର ବୁଢାବଳଙ୍ଗ ନଦୀ ଉପରେ ଏବଂ ଉଡା ନାଳ ଉପରେ ହାଇଲେଭଲ ସେତୁର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ

ବାରିପଦା ଛଉପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମରେ ୨୦ହଜାର ୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଟଙ୍କା ଲେଖାଏଁ ସବସିଡ୍‌ ମନି ସହାୟତା ପ୍ରଦାନ କରିବା ସହିତ ୨୬ଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଏତଦ୍‌ବ୍ୟତୀତ ଡିଜିଟାଲ ସଶକ୍ତିକରଣ ନିମନ୍ତେ ୩୯୪୧୮ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ସହିତ ମୟୂରଭଞ୍ଜ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହାସଂଘ ଗୁଡ଼ିକୁ ମୋଟ୍‌ ୪୯କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

Leave A Reply

Your email address will not be published.