ଭୁବନେଶ୍ବର : କାଳିଆ ଯୋଜନାକୁ ନେଇ ଅନେକ ଗୁଜବ ହେଉଛି । ଏହା ସତ ନୁହେଁ । ଯେଉଁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଯାଇଛି ତାହା ଚେକ ଟେଷ୍ଟ ଥିଲା । ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛୁ କି ନାହିଁ ତାହା ଟେଷ୍ଟ କରିବାକୁ ଏମିତି ହୋଇଥିଲା । ଏମିତି ଅଢେଇ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି । ୨୫ ତାରିଖରେ ଯେଉଁମାନଙ୍କୁ ଟଙ୍କାଟିଏ ମିଳିଛି ସେମାନଙ୍କୁ ପୁରା ଟଙ୍କା ମିଳିବ । କାଳିଆ ଯୋଜନା କନଫୁଜନକୁ ନେଇ ଆଜି ଏମିତି କ୍ଲାରିଫାଏ କରିଛନ୍ତି ବିଭାଗୀୟ ସଚିବ । ଏହା ସହ ଡ୍ରାଫ୍ଟ ଲିଷ୍ଟରେ ୨୨ ଲକ୍ଷଙ୍କ ନାଁ ଥିଲା । ସେଥିରୁ ଅନେକ ଲୋକ ନାଲି ଫର୍ମରେ ଆବେଦନ କରି ସେମାନଙ୍କ ନାଁ କାଟି ଛନ୍ତି । ୫ ଏକରରୁ ଅଧିକ ଜମି ଥିବା ଜମି ମାଲିକ କି ଟ୍ୟାକ୍ସ ପେୟର କିମ୍ଭା ବଡ ବଡିଆ ଚାଷୀଙ୍କ ନାଁ ପ୍ରଥମ ପର୍ଯ୍ୟାୟ ଚୁଚାନ୍ତ ତାଲିକାରେ ନାହିଁ । କୈଣସି ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ଯାଇନି । ଯଦି କୈଣସି ବି ଜାଗାରେ ଏମିତି ଭୁଲରେ ହୋଇଥିବ ତାହା ଫେରିବାର ବ୍ୟବସ୍ଥା ବି ଅଛି ବୋଲି କହିଛନ୍ତି ବିଭାଗୀୟ କୃଷି ସଚିବ ସୈରଭ ଗର୍ଗ ।
ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏଁ ଯାଇଛି । ଏହାକୁ ନେଇ ବିବାଦ ଦେଖାଦେଇଛି। କିଛି ଲୋକ ସୋସିଆଲ୍ ମିଡିଆରେ ଅଭିଯୋଗ କରିଥିଲେ କି ଅନେକ ପ୍ରଭାବଶାଳୀ ଓ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିଙ୍କୁ ମଧ୍ୟ କାଳିଆ ଯୋଜନାର ଟଙ୍କା ମିଳିଛି। ଏହାପରେ ସରାକରଙ୍କ ପକ୍ଷରୁ ଏହାର ଅନୁସନ୍ଧାନ କରାଯାଇ ଏପରି ବ୍ୟକ୍ତିଙ୍କ ଜମାଖାତାରୁ ଟଙ୍କା ଫେରାଇ ଅଣାଯିବ। ଗୁରୁବାର କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି।
କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଅନୁସାରେ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ ଜମାଖାତାକୁ ଭୁଲବଶତଃ ଯାଇଥିବା ଟଙ୍କା ଫେରାଇ ଅଣାଯିବ । ୧ ଜାନୁଆରି ଯାଏ ମୋଟ ୨୨ଲକ୍ଷ ହିତାଧିକାରୀ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇବା ପାଇଁ ତାଲିକା ଭୁକ୍ତ ହୋଇଥିବା ବେଳେ ପ୍ରାୟ ୫ ଲକ୍ଷ ରେଡ ଫର୍ମ ଆସିଛି ।
