ଆଇଆଇଟିରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ: କୁଳସଚିବଙ୍କୁ ରିପୋର୍ଟ ମାଗିଲେ ବୈଷୟିକ ଶିକ୍ଷା ବିଭାଗର ଉପସଚିବ

ଭୁବନେଶ୍ବର: ଆଇଆଇଟିରେ ଜଣେ ଛାତ୍ରୀଙ୍କୁ ପ୍ରଫେସର ଯୌନ ନିର୍ଯାତନା ଦେଇଥିବା ଅଭିଯୋ ସମ୍ପର୍କରେ ଜାଣିବା ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉପସଚିବ ପି.କେ.ଷଡ଼ଙ୍ଗୀ ଆଇଆଇଟି କୁଳସଚିବଙ୍କୁ ଏନେଇ ତୁରନ୍ତ ରିପୋର୍ଟ ଦେବାକୁ ଚିଠି ଲେଖିଛନ୍ତି। ଛାତ୍ରୀ ଜଣକୁ ୨୦୧୨ ମସିହାରୁ ଏଭଳି ନିର୍ଯାତନା ଦିଆଯାଇ ଆସୁଥିବା ଜଣାପିଡ଼ିଛି। ଅଭିଯୋଗକାରିଣୀ ଭୁବନେଶ୍ୱର ଆଇଆଇଟି ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ତଦନ୍ତରେ ସନ୍ତୁଷ୍ଟ ନ ଥିବାରୁ ମାମଲାର ଆଉ ଥରେ ତଦନ୍ତ ଦାବି କରିଛନ୍ତି।ଆଇ ଆଇ ଟି ପ୍ରଫେସରଙ୍କ ନାଁରେ ଗୁରୁତ୍ବର ଅଭିଯୋଗ । ଅଭିଯୋଗ ଆଣିଲେ ଏଠାରେ ପିଏଚଡି କରୁଥିବା ଜଣଣେ ଛାତ୍ରୀ । ଆଉ ସବୁଠାରୁ ଗୁରୁତ୍ବପୁର୍ଣ୍ନ କଥା ହେଉଛି ଏହି ଅଭିଯୋଗ ଆସିବା ପରେ ସଂପ଼କ୍ତ ଛାତ୍ରୀଙ୍କର ପିଏଚଡି ରେଜିଷ୍ଟ୍ରେସନକୁ ବାତିଲ କରିଦିଆଯାଇଥିଲା । ଦେସର ସବୁଠାରୁ ଉଚ୍ଚ ମାନର ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବର ଆଇଆଇଟିର ଜଣେ ପ୍ରଫେସରଙ୍କ ବିରୁଦ୍ଧରେ ଆସିଛି ଜୌନ ନିର୍ଜାତନା । ପ୍ରଫେସର ଏମ ପ୍ରତାପଙ୍କ ପାଖରେ ପିଏଚଡି କରୁଥିବା ଏହି ଛାତ୍ରୀଜଣକ ପ୍ରଥମେ ଆଇଆଇଟି ଫୋରମରେ ଅଭିଯୋଗ କରି ନ୍ୟାୟ ନପାଇବା ପରେ ଏବେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଛାତ୍ରୀଜଣକ ୨୦୧୧ ମସିହାରେ ଏହି ପ୍ରଫେସରଙ୍କ ପାଖରେ ପିଏଚଡି କରିଥିଲେ । ଆଉ ୬ ଅକ୍ଟୋବର ୨୦୧୬ ମସିହାରେ ଛାତ୍ରୀ ଜଣକ ଉକ୍ତ ପ୍ରଫେସରଙ୍କ ବିରୁଦ୍ଧରେ ଆଇଆଇଟିରେ ଲିଖିତ ଅଭିଯୋଗ ଆଣିଲେ । ତାଙ୍କ ଅଭିଯୋଗ ଉପରେ ଆଇଆଇଟି ପକ୍ଷରୁ ଏହି ଘଟଣାର ତଦନ୍ତ ମଧ୍ୟ ଆଇସିସି କମିଟି ପକ୍ଷରୁ କରାଯାଇଥିଲା । ଆଉ ଏହି କମିଟିରେ ସେତେବେଳେ ପ୍ଫେସରଙ୍କୁ ମିଳିଥିଲା କ୍ଲିନଚିଟ । ଯାହାକୁ ଚ୍ୟାଲେଞ କରି ଛାତ୍ରୀ ଜଣକ ସିଏମଓ ଠାରୁ ଆରମ୍ଭ କରି ପିଏମଓ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ । ସବୁଠାରୁ ହତାସ ହେବାପରେ ଛାତ୍ରୀ ଏବେ ନ୍ୟାୟ ପାଇବା ପାଇଁ କୋର୍ଟଙ୍କ ଦ୍ବାରସ୍ଥ । ଅନ୍ୟପଟେ ଆଇଆଇଟି ପକ୍ଷରୁ ଏକ ସଫେଇ ଦିଆଯାଇ କୁହାଯାଇଛି ଯେ ଛାତ୍ରୀ ଜଣକ ରିଥିବା ଅଭିଯୋଗକୁ ଆସିସି କମିଟି ତଦନ୍ତ କରିଥିଲା । ସେଠାରେ ଛାତ୍ରୀ ଜଣକ ତାଙ୍କର ଅଭିଯୋଗକୁ ସାବସ୍ତ୍ୟ କରିପାରିଲେ ନାହିଁ । ତେବେ ଛାତ୍ରୀ ଜଣକ ୨୦୧୧ରୁ ୫ବର୍ଷକାଳ ପିଏଚଡି କରିଆସୁଥିଲେ ମଧ୍ୟ କାହିଁକି ତାଙ୍କର ଓ ତାଙ୍କ ସ୍ବାମୀଙ୍କର ପିଏଚଡି ରେଜିଷ୍ଟ୍ରେସନକୁ ବାତିଲ କରିଦିଆଯାଇଛି ତାହା ଉପରେ କିଛି ପ୍ରତିକ୍ରୀୟା ଦେଇପାରିନଥିଲେ । ସେ କେବଳ କହିଥିଲେ ଏହାର ଉତ୍ତର ମୁଁ ଦେଇପାରିବିନାହିଁ । ଉଚ୍ଚ କତ଼ପକ୍ଷ ଏହାର ଉତର ରଖିବେ । ଛାତ୍ରୀ ଜଣକ ଏବେ ମାନଶିକ ଚାପରେ । ପିଏଚଡି ରେଜିଷ୍ଟ୍ରେସନ ବାତିଲ ପରେ ଛାତ୍ରୀଙ୍କ ସ୍ବାମି ରକ୍ତଚାପ ରୋଗରେ ପଡି ବ୍ରେନ ଅପରେସନ କରିଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପ୍ପଫେସରଙ୍କୁ ଘଣ୍ଟ ଘୋଡାଇ ତାଙ୍କ ନାଁରେ ଅଭିଯୋଗକୁ ଭୁଲ ପ୍ରମାଣିତ କରିବାକୁ ଆଇଆଇଟି କତ଼ପକ୍ଷ ପ୍ରାଣପଣେ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ତେବେ ପ୍ରକ଼ତରେ ଦୋଶ କାହାର । ଛାତ୍ରୀ ଜଣଙ୍କ କଣ ଏହି ଅଭିଯୋଗର ନ୍ୟାୟ ପାଇପାରିବେ ନାହିଁ ।

Comments (0)
Add Comment