ଆଜିଠାରୁ କଟକ ବଡ଼ ମେଡିକାଲରେ ଅନଲାଇନ୍ ଓପିଡ଼ି ସେବା ଆରମ୍ଭ

ଆଜିଠାରୁ କଟକ ବଡ଼ ମେଡିକାଲରେ ଅନଲାଇନ୍ ଓପିଡ଼ି ସେବା ଆରମ୍ଭ ହୋଇଛି । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡ଼ୋର ପାଇଁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଇଛି।

http://eswasthya.odisha.gov.in ସାଇଟ୍ ଭିଜିଟ କରି ଅନଲାଇନ୍ ସୁବିଧା ପାଇପାରିବେ ରୋଗୀ। କେବଳ ଓପିଡ଼ିରେ ଅନଲାଇନ ସ୍ଲଟ୍‌ ବୁକିଂ କରିବା ନୁହେଁ ବରଂ ଆଗକୁ ଏହି ପୋର୍ଟାଲ ଜରିଆରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସେମାନଙ୍କ ପରିକ୍ଷା ରିପୋର୍ଟ ମଧ୍ୟ ହାସଲ କରିପାରିବେ । ଏହା ସହିତ ବିଭିନ୍ନ ପ୍ରକାର ଡାଇଗ୍ନୋଷ୍ଟିକ ବା ପରୀକ୍ଷା ଯଥା ଅଲ୍ଟ୍ରାସାଉଣ୍ଡ, ଏମଆରଆଇ, ସିଟି ସ୍କାନ ଭଳି ସେବାର ପଞ୍ଜିକରଣ କାର୍ଯ୍ୟକୁ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ କରାଯିବ।ଏସସିବି ପ୍ରଥମ ମେଡିକାଲ ଯିଏକି ଏହି ସେବାକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ କରିବାକୁ ଯାଉଛି । ଏଥିପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏହି ବ୍ୟବସ୍ଥାକୁ କିପରି ଅଧିକ ସହଜ କରି ହେବ ସେନେଇ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରାଯାଉଛି,” କହିଛନ୍ତି ଏସସିବିର ପ୍ରଶାସନିକ ଅଧିକାରୀ ଡକ୍ଟର ଅବିନାଶ ରାଉତ ।

odisha news
Comments (0)
Add Comment