ପୁରୀ: ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆଡପମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜିଉ । ନିତୀରେ ଶୃଙ୍ଖଳା ସହ ସେବାୟତ ଓ ପ୍ରଶାସନ ମଧ୍ୟରେ ସମନ୍ବୟ ଯୋଗୁ ମହାପ୍ରଭୁଙ୍କ ପହଣ୍ଡିବିଜେ ବହୁତ ଶିଘ୍ର ଶେଷ ହୋଇଥିଲା। ମହାପ୍ରଭୁଙ୍କର ଏହି ପହଣ୍ଡିବିଜେ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଥିବା ଶରଧାବାଲି। ଆଜି ଆଡପ ଅଭଡା ମଧ୍ୟ ବାହାରିଥିଲା ।
ଘୋଷଯାତ୍ରାରେ ବାହାରିଥିବା ମହାପ୍ରଭୁ ଆଡପମଣ୍ଡପରେ ବିଜେ କରିଛନ୍ତି। ଏବର୍ଷ ଶ୍ରୀଜିଉଙ୍କ ପହଣ୍ଡିବିଜେ ଅନେକ ବର୍ଷର ରେକର୍ଡ ଭାଙ୍ଗିଛି। ବିଗତ କେତେବର୍ଷ ଧରି ଶ୍ରୀଜିଉଙ୍କ ପହଣ୍ଡିବିଜେ ନୀତିରେ ଅନେକ ବିଳମ୍ବ ହେଉଥିଲା। ଏବର୍ଷ ଏହା ସନ୍ଧ୍ୟାରେ ଶେଷ ହୋଇଥିଲା। ସନ୍ଧ୍ୟା ଧୂପ ପ୍ରାୟ ସନ୍ଧ୍ୟା ୬ଟା ୨୦ ମିନିଟରେ ଆରମ୍ଭ ହୋଇଥିଲା। ଏବଂ ପହଣ୍ଡିବିଜେ ରାତି ୮ଟା ୪୦ ମିନିଟରେ ଶେଷ ହୋଇଥିଲା।
ତିନି ରଥର ଚାରମାଳ ବନ୍ଧାଯିବାପରେ ପ୍ରଥମେ ଚଳନ୍ତି ପ୍ରତିମା ରାମକୃଷ୍ଣ ଓ ମଦନମୋହନ ବିଜେ କରିବାପରେ ପ୍ରଭୁ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପରେ ପ୍ରଭୁ ବଳଭଦ୍ରଙ୍କ ମସ୍ତକର ଟାହିଆ ବନ୍ଧାଯାଇ ଆରମ୍ଭ ହୋଇଥିଲା ଭବ୍ୟ ପହଣ୍ଡି। ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ଗୋଟି ପହଣ୍ଡିରେ ଆଡପ ମଣ୍ଡପରେ ବିଜେ କରିଛନ୍ତି। ଶରଧାବାଲିରେ ଲକ୍ଷାଧିକ ଭକ୍ତ ଏକାଠି ହୋଇ ମହାପ୍ରଭୁଙ୍କର ଏହି ପହଣ୍ଡି ବିଜେ ଦର୍ଶନ କରିଥିଲେ।ଏସମସ୍ତ ବ୍ୟବସ୍ଥା ପାଇଁ ୩୦ ପ୍ଲାଟୁଲ ପୋଲିସ ଫୋର୍ସଙ୍କ ସହିତ ୧୫୦ରୁ ଉର୍ଦ୍ଧ୍ବ ଅଧିକାରୀ କର୍ଡନ ଓ ସୁରକ୍ଷା ଦାୟୀତ୍ବରେ ମୁତୟନ ଥିଲେ।