କଟକ: ରାଷ୍ଟ୍ରପତିଙ୍କ ଆନନ୍ଦ ଭବନ ଉଦଘାଟନ ଲାଗି ଖବର କାଗଜରେ ବିଂଗ୍ୟାପନ ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ହେଲେ ଏହି ବିଂଗ୍ୟାପନରେ ରାଷ୍ଟ୍ରପତିଙ୍କ ଫଟୋ ନଥିବା ନେଇ ଆପତ୍ତି ଉଠାଇଛି ବିଜେପି । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞାପନରେ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଦେଶ ବାସୀଙ୍କ ଉଦଦେଶ୍ୟରେ ଉତ୍ସର୍ଗ ପାଇଁ ବିଜଞାପନ ପ୍ରକାଶ ପାଇଛି। ହେଲେ ଏହି ବିଜ୍ଞାପନରେ ମହମିମ ରାଷ୍ଟ୍ରପତିଙ୍କ ଫଟୋ ପ୍ରକାଶ ପାଇନଥିବାରୁ ବିଜେପି କର୍ମି ମାନେ ରାଜ୍ୟ ସରକାରଙ୍କୁ ଭତ୍ସନା କରିବା ଏହା ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନ ବୋଲି କହିଛି ବିଜେପି । ସେପଟେ ଏହାର ଜବାବରେ ବିଜେଡି କହିଛି ବିଜେପି କେବଳ ରାଜନୀତି କରୁଛି ।