ଆନ୍ଧ୍ର ମାଛ ଖାଉଛନ୍ତି କି ? ସାବଧାନ ହୋଇପାରେ କ୍ୟାନସର କାରଣ, ମାଛରେ ଫର୍ମାଲିନ ଥିବା ଅଭିଯୋଗରେ ଆସାମରେ ଆନ୍ଧ୍ର ମାଛ ବିକ୍ରିରେ ରୋକ

ଆସାମ (ଗୌହାଟି ) : ଆନ୍ଧ୍ର ମାଛ ଖାଉଛନ୍ତି କି ? ସାବଧାନ ଏହି ମାଛକୁ ତାଜା ରଖିବାକୁ ଏଥିରେ ପର୍ମାଲିନ ଦିଆ୍ୟାଉଛି । ଏହି ଫର୍ମାଲିନ ହେଉଛି କ୍ୟାନସର ରୋଗ ସୃଷ୍ଟି କରିଥାଏ । ତେଣୁ ଆସାମ ସରକାର ଏପରି ଅଭିଯୋଗ ଆଣି ବୁଧବାର ଠାରୁ ଆସାମରେ ଆନ୍ଧ୍ରରୁ ଆସୁଥିବା ମାଛ ଉପରେ ୧୦ ଦିନ ଲାଗି ରୋକ ଲଗାଇଛନ୍ତି ।
ଆସାମ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗଣମାଧ୍ୟମକୁ ଦେଇଛି ଏହି ସୂଚନା । ବିଭାଗୀୟ ମନ୍ତ୍ରୀ ପିଜୁସ ହଜାରିକା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତ ମାସ ୨୯ ତାରିଖରୁ ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟରୁ ଆମଦାନି ହେୁଥିବା ମାଛର ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ପଠାଯାଇଥିଲା । ଏହି ରିପୋର୍ଟରେ କୁହାଯାିଛି ମାଛକୁ ତାଜା ରଖିବାକୁ ଆନ୍ଧ୍ର ମାଛରେ ଫର୍ମାଲିନ ବ୍ୟବହାର କରାଯାଉଛି । ତେଣୁ ଆଗାମୀ ୧୦ ଦିନ ପାଇଁ ଆସାମରେ ଆନ୍ଧ୍ରରୁ ଆସୁଥିବା ମାଛ ବିକ୍ରି ଉପରେ କଟକଣା ଜାରି ହୋଇଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଓ ପୁଡ ଅଫିସର ମାନଙ୍କୁ ନିର୍ଦେଶ ଦେଇଛନ୍ତି ଆସାମ ସରକାର । ଯେଉଁ ମାନେ ।ଇନ ଉଲଙ୍ଘନ କରି ମାଛରେ ଫର୍ମାଲିନ ବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାିଛି । ଥେିପାଇଁ ଆନ୍ଧ୍ରରେ ରୁ ୭ ବର୍ଷ ଜେଲ ଓ ୧୦ ଲକ୍ଷ ଯାଏ ଜରିମାନା ବ୍ୟବସ୍ଥା ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ତେବେ ଆନ୍ଧ୍ରରୁ ଆସୁଥିବା ମାଛର ପୁଣଇ ଥରେ ପରୀକ୍ଷା କରାଯାଇ ପରବର୍ତୀ କାଯ୍ରା୍ୟନୁଷାଠାନ ହେବ ବୋଲି ସରକାର କହିଛନ୍ତି ।
ଏପଟେ ଓଡିଶାକୁ ମଧ୍ୟ ପ୍ରତୋକ ଟ୍ରକ ଟ୍ରକ ମାଛ ଆନ୍ଧ୍ରରୁ ଓଡିଶାକୁ ଆସୁଛି । ଆସାମ ସରକାର ଏପରି ବନ୍ଧ କରିବା ପରେ ଏହି ଖବର ଏବେ ରାଜ୍ୟର ଆନ୍ଧ୍ର ମାଛ ଖାଉଥିବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ତେବେ ରାଜ୍ୟ ସରକାର ଏନେଇ ଆନ୍ଧ୍ରରୁ ଆସୁଥିବା ମାଛକୁ ପରୀକ୍ଷା କରିବା ସହ ସେଥିରେ ପର୍ମାଲିନ ଅଛି କି ନାହିଁ ଜାଣିବା ଦରକାର ବୋଲି ମତ ପ୍ରକାଶ ପାଉଛି । ତେବେ ଆନ୍ଧ୍ରର ଫର୍ମାଲିନ ମାଛ ଖାଇ କ୍ୟାନସରରେ ପଡିବା ଆଗରୁ ଥରେ ଭାବନ୍ତୁ ଓ ଜାଣି ନିଅନ୍ତୁ ଆପଣ ଖାଉଥିବା ମାଛରେ ପର୍ମାଲିନ ଅଛି କି ନାହିଁ ।

Comments (0)
Add Comment