ଆଳୁ କେଜି ହେବ ୪୦ ଟଙ୍କା : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଳୁ ଦର ଆଗକୁ କିଲୋଗ୍ରାମ ପ୍ରତି ୪୦ ଟଙ୍କା ହେବ । ୩ କିମ୍ବା ୪ ମାସ ମଧ୍ୟରେ ଆଳୁଦର କେଜି ୩୦ ରୁ ୪୦ ଟଙ୍କା ବୃଦ୍ଧି ପାଇବ । ସାରା ଦେଶରେ ଆଳୁ ଫସଲ ଖରାପ ହୋଇଥିବାରୁ ଦର ବୃଦ୍ଧି ହେବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗରେ ଏବର୍ଷ ଉତ୍ପାଦନ କମି ଯାଇଥିବାରୁ ଓଡ଼ିଶାରେ ଏବେଠାରୁ ଆଳୁ ସଙ୍କଟ ଦେଖାଯାଇଛି। ବର୍ତମାନ ଆଳୁ ଅମଳର ରୁତୁ ହୋଇଥିଲେ ମଧ୍ୟ ବଜାରରେ କିଲୋ ପ୍ରତି ୧୫ଟଙ୍କାରେ ବିକ୍ରି ହେଉଛି। ଗତ ସପ୍ତାହରେ ବଜାରରେ ଆଳୁ କିଲୋ ୮ଟଙ୍କା ଥିଲା କିନ୍ତୁ ଏହା ପାଖାପାଖି ୨ଗୁଣ ବଢ଼ି ଯାଇଛି। ଏ ନେଇ ରବିବାର ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ଶ୍ରୀ ପାତ୍ର କହିଛନ୍ତି ଯେ, ଓଡ଼ିଶାରେ ଆଗକୁ ଆଳୁ ଦର ବଢିବା ସମ୍ଭାବନା ରହିଛି ଆଗାମୀ ୩ରୁ ୪ମାସ ମଧ୍ୟରେ ଆଳୁ ଦର ୩୦ରୁ ୪୦ଟଙ୍କା ହେବ। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ନାଫେଡ଼ ଜରିଆରେ ୫୦ କୋଟି ଟଙ୍କାର ଆଳୁ କିଣାଯିବ। ଦର ବଢିଲେ ବଜାରକୁ ଆଳୁକୁ ଛଡାଯାଇ ଦର ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ପାତ୍ର କରିଛନ୍ତି ।

ଆଳୁ ଦର ଯେମିତି ଅହେତୁକ ଭାବେ ବୃଦ୍ଧି ପାଉଛି, ଖୁବ୍‌ ଶୀଘ୍ର ପିଆଜ ଦରକୁ ଟପିଯିବ ବୋଲି ବ୍ୟବସାୟୀ ମହଲ ଆଶଙ୍କା କରୁଛନ୍ତି। ଅମଳ ସମୟରେ ଆଳୁ ଦର ଏଭଳି ଉଚ୍ଚା ରହିଥିବାରୁ ଆଗାମୀ ଦିନରେ ଆକାଶଛୁଅାଁ ହେବ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳୁଛି। ଯଦି ଏବେଠାରୁ ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି, ଅଗଷ୍ଟ ମାସ ବେଳକୁ ଆଳୁ ଦର ୨୫ ଟଙ୍କା ପର୍ଯ୍ୟନ୍ତ ଯିବା କିଛି ଅସମ୍ଭବ ନୁହେଁ। ତେଣୁ ଆଗକୁ ଆଳୁ କନ୍ଦେଇବ ବୋଲି ଚର୍ଚ୍ଚା ହେଲାଣି।

Comments (0)
Add Comment