ଇସ୍ତଫାର ୨୪ ଘଣ୍ଟା ନପୁରୁଣୁ ପୁଣି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

ପାଟନା: କାଲି ଇସ୍ତଫା ଦେଇଥିଲେ । ଆଜି ପୁଣି ଥରେ ଶପଥ ନେଲେ । ଇସ୍ତଫା ଦେବାର ୨୪ ଘଣ୍ଟା ନ ପୂରୁଣୁ ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇଛନ୍ତି ଜେଡିୟୁ ନେତା ନୀତୀଶ କୁମାର। ଲାଲୁଙ୍କ ହାତ ଛାଡିଥିବା ନିତିଶ ଏଥର ବିଜେପି ଓ ଏନ୍ଡିଏ ସମର୍ଥନରେ ସେ ଗଢ଼ିଛନ୍ତି ସରକାର। ତାଙ୍କ ସହିତ ଶପଥ ନେଇଛନ୍ତି ବିଜେପି ନେତା ସୁଶୀଲ କୁମାର ମୋଦି। ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ନୀତୀଶ କୁମାର ଆଜି ଷଷ୍ଠ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ୧୨ ବର୍ଷରେ ସେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ଆସନ୍ତା ଶନିବାର ଶପଥ ନେବେ।
୨୦୧୩ରେ ନୀତୀଶ ବିଜେପି ସହିତ ୧୭ ବର୍ଷର ମେଣ୍ଟ ଭାଙ୍ଗି ଥିଲେ। ବିଜେପି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଯୋଗୁଁ ନୀତୀଶ ମେଣ୍ଟ ଭାଙ୍ଗି ଦେଇଥିଲେ। ଏହା ପରେ ସେ କଂଗ୍ରେସ ଓ ରାଜନୈତିକ ଶତ୍ରୁ ଲାଲୁ ପ୍ରସାଦ ଯାଦବଙ୍କ ସହ ହାତ ମିଳାଇ ଥିଲେ।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଜେଡିୟୁର ୭୧ ଜଣ ବିଧାୟକ ଅଛନ୍ତି। ବିଜେପିର ୫୩ ଜଣ ବିଧାୟକ ଅଛନ୍ତି। ତେଣୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅସୁବିଧା ହେବ ନାହିଁ।
ବିହାରରରେ୨୦ମାସର ମହାମେଣ୍ଟର ଅନ୍ତ। ନୀତୀଶ- ଏନଡିଏ ପୁଣି ହେଲେ ଏକାଠି । ଆଜି ସକାଳ ୧୦ଟାରେ ଷଷ୍ଠ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ନୀତୀଶ କୁମାର । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପାରେ ଜେଡିୟୁ ଏବଂ ବିଜେପି ନେତାଙ୍କ ମଧ୍ୟରେ ନୀତିଶଙ୍କ ବାସଭବନରେ ବୈଠକ ବସିଥିଲା। ବୈଠକରେ ନୀତୀଶଙ୍କୁ ଏନଡିଏ ନେତା ଘୋଷଣା କରାଯାଇଥିଲା। ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ ନୀତୀଶ। ବିହାରରେ ୨୪୩ ଆସନବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୨୨। ନୀତୀଶ ତାଙ୍କ ପାଖରେ ୧୩୨ଜଣ ବିଧାୟକଙ୍କ ସମର୍ଥନ ନେଇ ଏକ ତାଲିକା ରାଜ୍ୟପାଳଙ୍କୁ ଦେଇଥିଲେ। ଏହାପରେ ରାଜ୍ୟପାଳ ନୀତୀଶ କୁମାରଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି। ନୀତୀଶ ଦେଇଥିବା ୧୩୨ ଜଣ ବିଧାୟକଙ୍କ ତାଲିକାରେ ଜେଡିୟୁର ୭୧, ବିଜେପିର ୫୩, RLSP,LJP ୨ଜଣ ଲେଖାଏଁ ବିଧାୟକ, HAM ର ଜଣେ ଏବଂ ୩ ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ଗୃହରେ ବହୁମତ ସାବ୍ୟସ୍ତ ପାଇଁ ନୀତୀଶଙ୍କୁ ଦୁଇ ଦିନ ମହଲତ ଦେଇଛନ୍ତି ରାଜ୍ୟପାଳ। ଜୁଲାଇ୭ରେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ଘରେ ସିବିଆଇ ଚଢାଉ ପରେ ବିହାର ରାଜନୀତିରେ ସଙ୍କଟ ଦେଖାଦେଇଥିଲା। ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବାପରେ ତାଙ୍କର ଇସ୍ତଫା ଦାବି କରିଥିଲେ ନୀତୀଶ। ଶେଷରେ ଆରଜେଡି ସହିତ ମନ୍ତାନ୍ତରଯୋଗୁ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନୀତୀଶ।

Comments (0)
Add Comment