ଉତ୍ତର ଓଡିଶା ପ୍ରବଳ ବର୍ଷିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଝାଡଖଣ୍ଡ ଓ ଗାଙ୍ଗେଟିକ୍ ୱେଷ୍ଟ ବେଙ୍ଗଲ ଉପରେ ଘୂଣ୍ଣିବଳୟ । ଏହାସହ ଉତ୍ତର-ପୂର୍ବ କେନ୍ଦ୍ରୀ. ବଙ୍ଗୋପସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ । ଉତ୍ତର-ପଶ୍ଚିମ ରାଜସ୍ତାନରୁ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଦେଇ ଏକ ଟ୍ରାପ ଲାଇନ୍ ସୃଷ୍ଟି ହୋଇଛି । ପ୍ରଭାବରେ ଓଡ଼ିଶାର ଉତ୍ତର ଭାଗରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଦକ୍ଷିଣ ଓଡିଶର ବିଭିନ୍ନ ସ୍ଥାନର େବର୍ଷା ହେବ । କାଲିଠୁ ବର୍ଷାର ପରିମାଣ କମିବ । ୬-୭ ବେଳକୁ ବର୍ଷା ପରିମାଣ ବଢିବ । ଦକ୍ଷିଣ ଓଡିଶାର ପବନ ବେଗ ଅଧିକ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Comments (0)
Add Comment