ଏପ୍ରିଲ ୨୬ରୁ ଆରମ୍ଭ ହେବ ଦଶମ ଶ୍ରେଣୀର ଟର୍ମ-୨ ପରୀକ୍ଷା

ସିବିଏସ୍ଇ ପକ୍ଷରୁ ଘୋଷଣା ହୋଇଛି ପରୀକ୍ଷା ତାରିଖ । ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଟର୍ମ-୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଦଶମ ଶ୍ରେଣୀର ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ । ସକାଳ ୧୦.୩୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଏହା ଗୋଟିଏ ସିଫ୍ଟରେ ଶେଷ ହେବ । ଦଶମ ଶ୍ରେଣୀ ପରୀକ୍ଷା ମେ ୨୪ରେ ଶେଷ ହେବ । ଅନ୍ୟ ପକ୍ଷରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ୨୬ରୁ ଆରମ୍ଭ ହୋଇ ଜୁନ୍ ୧୫ ଯାଏଁ ଚାଲିବ ।

କୋଭିଡ କାରଣରୁ ଦେଖା ଦେଇଥିବା ବିଭିନ୍ନ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ପରୀକ୍ଷା ମଧ୍ୟରେ ଆବଶ୍ୟକ ଗ୍ୟାପ୍ ରଖାଯାଇଛି । ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତିର ଅଧିକ ସମୟ ମିଳିବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ଦଶମ ଶ୍ରେଣୀର ଡାଟା ସିଟ୍ ପାଇଁ ଏହି ଲିଙ୍କରେhttps://www.cbse.gov.in/cbsenew/documents//ClassX_2022.pdf କ୍ଲିକ୍ କରନ୍ତୁ ।
ଟୋନର: ଟୋନରର ବ୍ୟବହାର ସ୍କିନ୍‌କୁ ଆହୁରି ଅଧିକ ତୈଳାକ୍ତ କରି ଦେଇପାରେ। କାହିଁକି ନା, ଟୋନର କ୍ଲିଂଜିଂ ଦ୍ୱାରା ନଷ୍ଟ ହୋଇଥିବା ସିବମ୍‌ର ପ୍ରଡକ୍ସନକୁ ବଢ଼ାଇବାକୁ ଚେଷ୍ଟା କରିଥାଏ ଏବଂ ସିବମ୍‌ରୁ ହିଁ ଚେହେରାରେ ଅଏଲ ଆସିଥାଏ।

national news
Comments (0)
Add Comment