ଯାଜପୁର: ସରକାର ଓ ବିକାଶ ଦୁଇଟି ଯାକ ପରସ୍ପର ସହ ଯୋଡି ହୋଇ ରହିଛି । ଓଡିଶାରେ ବିକାଶ ଆଣିବାକୁ ହେଲେ ସରକାର ବଦଳାଇବାକୁ ପଡିବ । ବିଜେପି ସରକାର ଆସିଲେ ଘରକୁ ଚବିଶ ଘଣ୍ଟା ଶୁଦ୍ଧ ପିଇବା ପାଣି । ୨୪ ଘଣ୍ଟା ବିଜୁଳି ମଳିବ । ବିନା ହେରଫେରରେ ବି ଟଙ୍କିକିଆ ଚାଉଳ ଯୋଗାଇ ଦେଇ ହେବ ।୨୦୧୯ ନର୍ବାଚନରେ ୧୨୦ ସିଟରେ ଜିତି ଓଡିଶାରେ ସରକାର ଗଢିବାକୁ ହେବ । ଏଥିଲାଗି ସମସ୍ତ କର୍ମୀଙ୍କୁ ସଙ୍କଳ୍ପ କରାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଦୁଇ ଦିନ ଧରି ୩୫୦ କିଲୋମିଟର ବୁଲିବା ଭିତରେ ଓଡିଶାର ଲୋକଙ୍କ ଭିତରେ ସରକାର ବଦଳାଇବାର ମୁଡ ଦେଖିଛନ୍ତି ବୋଲି କହିଛନ୍ତି ଅମିତ । ଦ୍ୱିତୀୟ ଦିନରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବଚନ ମଣ୍ଡଳୀର ଅରୁଆଁ ପଞ୍ଚାୟତର ୧୭ ନମ୍ବର ବୁଥ ରେ ମୋ ବୁଥ ସବୁଠୁ ମଜଭୁତ କାଯ୍ୟକ୍ରମରେ ଯୋଗ ଦେଇ କର୍ମୀଙ୍କୁ ଏଭଳି ମନ୍ତ୍ର ଦେଉଛନ୍ତି ଅମିତ ।
ବୁଧବାର ଯାଜପୁର ଜିଲ୍ଲା ଗସ୍ତରେ ଯିବା ରାସ୍ତାରେ ବହୁସ୍ଥାନରେ ଶାହାଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ଯାଜପୁରରେ ପହଞ୍ଚି ମା’ ବିରଜାଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଅ ଏହାପରେ ଅରୁଆ ଁର ୧୭ ନମ୍ବର ବୁଥରେ ବୁଥ କମିଟି ବୈଠକ କରିଛିଲେ । ୫ ଘରକୁ ଯାଇ ଦଳ ଲାଗି ପ୍ରଚାର କରିବା ସହ ଗଆଁର ଦଳିତ ପରିବାର ଘରେ ମଧ୍ୟାନ ଭୋଜନ କରିଥିଲେ । ସେଠାରୁ ସେ ପାଣିକୋଇଲି ଆସି ସ୍ଥାନୀୟ କଲେଜ ପଡ଼ିଆରେ ହୋଇଥିବା କର୍ମୀ ସମାବେଶରେ ଯୋଗ ଦେଇଥିଲେ।ସମବେତ କର୍ମୀଙ୍କୁ ଉଦ୍ବୋଧନ ଦେଇ ଅମିତ ଶାହା କହିଲେ, ‘ମୁଁ ଏଠାକୁ ମା’ ବିରଜାଙ୍କୁ ଆଶୀର୍ବାଦ ନେଇ ଆସିଛି। ମୁଁ ମା’ଙ୍କ ଚରଣରେ ସଂଳଳ୍ପ କରିିଛି କି ଯେବେ ଭାରତୀୟ ଜନତା ପାର୍ଟି ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ନେଇ ଓଡ଼ିଶାରେ ସରକାର ଗଢ଼ିବ, ମୁଁ ସେତେବେଳେ ପୁଣି ଥରେ ମା’ଙ୍କ ପାଖକୁ ଆସିବି, କାରଣ ମୋ ମନରେ ଭରସା ଅଛି ଯେ ୨୦୧୯ରେ ଓଡ଼ିଶାରେ ବିଜେପି ସରକାର ଆସିବ।’
ଅମିତ ଶାହାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ,ରାଜ୍ୟ ସଭାପତି ବସ୍ତ ପଣ୍ଡା,ବିଧାୟକ ଦଳ ନେତା କନକ ବର୍ଧନ ସିଂଦେଓ । ରାଜ୍ୟ ପ୍ରଭାରୀ ଅରୁଣ ସିଂହ,ଜାତୀୟ ମୁଖପାତ୍ର ସଂବିତ ପାତ୍ର,ଉପ ସଭାପତି ସମୀର ମହାନ୍ତି ଓ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ପୁରା ଟିମ ଉପସ୍ଥିତ ଥିଲେ । ରାଷ୍ଟ୍ରିୟ ଅଧ୍ୟକ୍ଷଙ୍କ ଗ୍ରସ୍ତ ସହ ପୁରା ଟିମର ଉପସ୍ଥିତ ଯାଜପୁର ଜିଲ୍ଲାର ବିଜେପି କର୍ମୀ ଓ ନେତାଙ୍କୁ ବଳ ଦେବ ବୋଲି କହିଛି ଦଳ ।