କଟକ: ରବିବାର ମଧ୍ୟାହ୍ନରେ କଟକ ରେଳଷ୍ଟେସନ୍କୁ ପ୍ରବେଶ କରୁଥିବା ଏକ ମାଲଗାଡ଼ି ଧାରଣାଚ୍ୟୁତ ହୋଇଛି। ଷ୍ଟେସନ୍ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଜଏଣ୍ଟ୍ଠାରେ ଗାଡ଼ିର ଚକ ଖସିଯାଇଥିଲା। ଏଥିଯୋଗୁଁ ଶିଖରପୁର-କଲେଜ ଛକ ରାସ୍ତାର ଲେଭଲ କ୍ରସିଂ ବନ୍ଦ ରଖାଯାଇ ଥିବାରୁ ସେ ରାସ୍ତାରେ ଚଳପ୍ରଚଳ ବ୍ୟାହତ ହୋଇଛି। ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ନ ମିଳିଥିଲେ ମଧ୍ୟ ନୂଆ ଧାରଣା ପକାଯାଇ କାମ ଚାଲିଥିବାରୁ ଏହା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।