କମୁନି କୁନ୍ଦୁଲି ତାତି: ଆତ୍ମହତ୍ୟା ଘଟଣାର ଆରମ୍ଭ ହେଲା କ୍ରାଇବ୍ରାଞ୍ଚ ତଦନ୍ତ

ଭୁବନେଶ୍ବର : କୁନ୍ଦୁଲି ଗଣଦୁର୍ଷମ ପୀଡିତାଙ୍କ ଆତ୍ମହତ୍ୟା ଘଟଣାର ଆରମ୍ଭ ହେଲା କ୍ରାଇବ୍ରାଞ୍ଚ ତଦନ୍ତ । କ୍ରାଇମବ୍ରାଞ୍ଚ ଏସପିଙ୍କ ନେତୃତ୍ବରେ ୫ ଜଣିଆ ଟିମ ପଟାଙ୍ଗିଥାନା,କୁନ୍ଦୁଲି ମେଡିକାଲକୁ ଯାଇ ତଥ୍ୟ ସଂଗ୍ରହ କରିଛି । ଏପଟେ କିନ୍ତୁ ସରକାରଙ୍କ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଉଥିବା ବିରୋଧି ଘଟଣାର ସିବିଆଇ ତଦନ୍ତ ଜିଦରେ ଅଡି ବସିଛନ୍ତି । ଆଜି କୋରାପୁଟ ଜିଲ୍ଲା ମହିଳା କଂଗ୍ରେସ ଜୟପୁର ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଧାରଣା ଦେଇଛି।ଏପଟେ ବିଜେପି ପୁଣି ସରକାରଙ୍କୁ କାଠ ଗଡାକୁ ଟାଣଇଛି । ଏହି ପ୍ରସଂଗରେ ଅଭିଯୋଗ ପୋଲିସ ଡିଜିଙ୍କ ବିରୋଧରେ ଥିବାରୁ କ୍ରାଇମବ୍ରଂଚ ତଦନ୍ତ ନୁହେଁ ମାମଲା ସିବିଆଇକୁ ଦେବାକୁ କହିଛି ବିଜେପି । ଏସବୁର ଜବାବ ରଖିଛି ବିଜେଡି । ଆରମ୍ଭ ହେଲା ଖୋଳତାଡ । କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପ୍ରସଂଗରେ ପୁଣି ଆରମ୍ଭ ହୋଇଛି ଛାନଭିନ । ଆତ୍ମହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏସପି ଙ୍କ ବି ପାଣିଗ୍ରାହୀଙ୍କ ନେତୃତ୍ବରେ ୫ ଜଣିଆ ଟିମ କୋରାପୁଟକ କୁନ୍ଦୁଲିରେ ପହଂଛିଛନ୍ତି । ଦୁଇ ଜଣ ମହିଳା ଅଧିକାରୀ ସାମିଲଥିବା ଏହି ଟିମ ଦୁଇ ଭାଗରେ ବିଭକ୍ତ ହୋଇ ପଟାଙ୍ଗିଥାନା,କୁନ୍ଦୁଲି ମେଡିକାଲ ଓ କୋରାପୁଟ ମେଡିକାଲ କେଲେଜକୁ ଯାଇ ତଥ୍ୟ ସଂଗ୍ରହ କରିଛି । ପୀଡିତା ମେଡିକାଲରେ ଭର୍ତ୍ତି ହେବାଠୁ ଡିର୍ସଚାର୍ଜ ହେବା ଯାଏ ସବିଶେଷ ସୂଚନା ସଂଗ୍ରହ କରିଛି କ୍ରାଇବ୍ରାଞ୍ଚ ଟିମ । ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ କିନ୍ତୁ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି । ଗଣ ଦୁର୍ଷମ ଓ ପୀଡିତାଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ରେ ଅଡି ବସିଛନ୍ତି ବିରୋଧୀ ।ସିବିଆଇ ତଦନ୍ତ ଦାବିରେ କୋରାପୁଟରେ ପୁଣି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଜିଲ୍ଲା ମହିଳା କଂଗ୍ରେସ ତରଫରୁ ଜୟପୁର ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଧାରଣା ଦିଆଯାଇଛି । ଏହି ଘଟଣାରେ ରାଜ୍ୟ ସରକାର ଫରେନସିକ ରିପୋର୍ଟକୁ ଜାଣି ଶୁଣି ପରିବର୍ତ୍ତନ କରିଥିବା ଅଭିଯୋଗ କରିଛି କଂଗ୍ରେସ ।ସେପଟେ କୁନ୍ଦୁଲି ପ୍ରସଂଗରେ ବିଜେପି ପୁଣି ସରକାରଙ୍କୁ ଟାର୍ଗେଟ କରିଛି । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି । ସରକାର ଓ ପୋଲିସ ବିରୋଧରେ ଅଭିଯୋଗ ଥିବାରୁ କ୍ରାଇବ୍ରାଞ୍ଚ ତଦନ୍ତରେ ସତ ଲୁଚି ଯିବ କେବଳ ସିବିଆଇ ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି ବିଜେପି କହିଛି । ବିରୋଧୀଙ୍କ ଆରୋପକୁ କିନ୍ତୁ ଗ୍ରହଣ କରିନି ବିଜେଡି । ବିଜେଡିର ଯୁକ୍ତି ମାମଲାର ଜୁଡିସିଆଲ ତଦନ୍ତ ହଗେଉଛି । ଏହାସହ ପୁଣଇ କ୍ରାଇବ୍ରଞ୍ଚ ତଦନ୍ତ କରା।ଯାଉଛି । ବିରୋଧୀ କେବଳ ବିରୋଧ ବାହାନାରେ ଏମିତି ଆରୋପ ଆଣୁଛନ୍ତି ବୋଲି କହିଛି ବିଜେଡି । କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ଉଠୁଛି ପଡୁଛଇ । ଘଟଣାରେ ବିରୋଧୀ ସରକାରଙ୍କ ଆଡକୁ ନିଶାନା ସାଧୁଛନ୍ତି ।କଂଗ୍ରେସ ଫୋରେନସିକ ରିପୋର୍ଟ ସାର୍ବଜନିତ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନି ଦେଇଛି । ଏସବୁ ସରକାରଙ୍କ ଅଡୁଆନ ବଢଆଉଛି ।

Comments (0)
Add Comment