କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ପାର୍ଥିବ ଶରୀର ଭାରତରେ ପହଞ୍ଚିଲା

କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ପାର୍ଥିବ ଶରୀର ଧରି ପହଞ୍ଚିଲା ବାୟୁସେନା ବିମାନ । କୋଚ୍ଚି ବିମାନବନ୍ଦରରେ ବିମାନ ଅବତରଣ କରିବା ପରେ ସମସ୍ତଙ୍କ ଆଖିରେ ଲୁହ ଭରିଯାଇଥିଲା । ମୃତକଙ୍କ ପରିବାରଲୋକେ ସକାଳୁ ବିମାନବନ୍ଦରରେ ଅପେକ୍ଷା କରି ରହିଥିଲେ । ଭାରତୀୟ ବାୟୁସେନାର ସି-୧୩୦ ଜେ ପରିବହନ ବିମାନରେ ୩୧ ଭାରତୀୟଙ୍କ ପାର୍ଥିବ ଶରୀର କୋଚ୍ଚିରେ ଓହ୍ଲାଯାଇଥିଲା ।

ଏଠାରୁ ମୃତଦେହ ସମସ୍ତଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଦିଆଯାଇଛି । ୩୧ ମୃତକଙ୍କ ମଧ୍ୟରେ କେରଳର ୨୩, ତାମିଲନାଡୁର ୭ ଏବଂ ଜଣେ କର୍ଣ୍ଣାଟକର ବୋଲି ସୂଚନା ଦିଆଯାଇଛି । ଘଟଣାରେ ମୃତ୍ୟୁବରଣ କରିଥିବା ଉତ୍ତର ଭାରତର ଶ୍ରମିକଙ୍କ ମୃତଦେହକୁ ନେଇ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ ।

ସୂଚନା ଯୋଗ୍ୟ ଦକ୍ଷିଣ କୁଏତର ମନଗଫ ଅଞ୍ଚଳରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୪୫ ଭାରତୀୟଙ୍କ ସମେତ ୪୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଦକ୍ଷିଣ ଅହମଦୀ ପ୍ରଦେଶ ଅନ୍ତର୍ଗତ ମନଗଫ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ମୃତ ଭାରତୀୟଙ୍କ ମଧ୍ୟରେ ୨୪ ଜଣ କେରଳର ଶ୍ରମିକ ଥିଲେ। ଏହା ସହିତ ଓଡ଼ିଶାର ଦୁଇ ଜଣ କର୍ମଚାରୀ ରହିଥିଲେ। ଏମାନେ ସେଠାକାର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। କମ୍ପାନୀ ପକ୍ଷରୁ ଦିଆଯାଇଥିବା ୬ମହଲା କୋଠାରେ ସେମାନେ ରହୁଥିଲେ। ନାଇଟ୍‌ ଡ୍ୟୁଟି ସାରି କର୍ମଚାରୀମାନେ ଶୋଇଥିବାବେଳେ ତଳ ମହଲାରେ ଥିବା ରୋଷେଇ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ତାହା ଧୀରେ ଧୀରେ ଅନ୍ୟ ସମସ୍ତ କୋଠାକୁ ବ୍ୟାପିଯାଇଥିଲା। ଶୋଇଥିବା କାରଣରୁ କର୍ମଚାରୀମାନେ ବାହାରକୁ ବାହାରିପାରି ନ ଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣାରେ ଅନ୍ୟ ୫୦ ଜଣ ଆହତ ହୋଇଥିଲେ।

The mortal remains of 45 Indians who lost their lives in the Kuwait fire reached India
Comments (0)
Add Comment