ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଆସନ୍ତାକାଲି ଭୁନେଶ୍ବରରେ ଆନ୍ଦୋଳନ କରିବ କଂଗ୍ରେସ । ଏହା ପରେ ପର୍ଯ୍ୟାୟକ୍ରମେ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ବର ଆଦି ସ୍ଥାନରେ ଆନ୍ଦୋଳନ କରିବାକୁ ସ୍ଥିର କରିଛି ଦଳ । ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ SC ମୋର୍ଚ୍ଚା ଅଧ୍ୟକ୍ଷ କୃଷ୍ଣ ଶଗରିଆ ଏହି ସୂଚନା ଦେଇଛନ୍ତି।
ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ବଦଳରେ ରାଜ୍ୟ ସରକାର ଦୋଷୀଙ୍କୁ ଘଣ୍ଟ ଘୋଡାଇ ତଦନ୍ତକୁ ବାଟବଣା କରୁଥିବା କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ଶଗରିଆ ଅଭିଯୋଗ କରିଛନ୍ତି । ସରକାର ଜାଣିଶୁଣି ତଦନ୍ତ କମିଟି ଗଠନ କରୁନାହାନ୍ତି । ଏସଆଇଟି ତଦନ୍ତ କଥା କହି ସରକାର ପ୍ରକ୍ରିୟା ଆରମ୍ଭ କରିନାହାନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଏପଟେ କଂଗ୍ରେସର ଅଭିଯୋଗକୁ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ବୋଲି ବିଜେଡି କହିଛି । ଘଟଣାରେ SIT ଗଠନ ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ସମସ୍ତ ଦସ୍ତାବିଜ୍ ସରକାର ଦେଇସାରିଛନ୍ତି । ସମସ୍ତ ଦସ୍ତାବିଜ୍ ସରକାର ଦେଇସାରିଛନ୍ତି । କଂଗ୍ରେସ ନଈ ନଦେଖୁଣୁ ଲଙ୍ଗଳା ହେଉଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।