ଭବୁନେଶ୍ବର : କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆମôହତ୍ୟା ମାମଲାରେ ଏସ୍ଆଇଟି (ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍)ତଦନ୍ତ କରିବ ବୋଲି ଗତକାଲି ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଜଣେ ହାଇକୋର୍ଟ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ କରିବାକୁ ଆଜି ସରକାର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି। ଜଣେ ବିଚାରପତିଙ୍କ ଅଧ୍ଯକ୍ଷତାରେ ଏସଆଇଟି ଗଠନ କରାଯିବା ସହ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ କରିବାକୁ ଚିଠିରେ ଅନୁରୋଧ କରାଯାଇଥିବା ଜଣାପଡ଼ିଛି। ଆସନ୍ତା ସୋମବାର ସୁଦ୍ଧା ହାଇକୋର୍ଟ ଏ ସମ୍ପର୍କରେ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ଏସ୍ଆଇଟି ଗଠନକୁ ନେଇ ମୁଖ୍ୟମନ୍ରୀଙ୍କ ଘୋଷଣାକୁ କେତେକ ମହଲରେ ସ୍ବାଗତ କରାଯାଇଥିବା ବେଳେ ବିରୋଧ ମଧ୍ଯ କରାଯାଇଛି। ବିରୋଧୀ ଦଳ ଏହା ଯଥେଷ୍ଟ ନୁହେଁ ବୋଲି ମତ ଦେଇ କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ଏସ୍ଆଇଟି ଗଠନର ରୂପରେଖ କ’ଣ ହେବ ତାହା ମଧ୍ଯ ସ୍ପଷ୍ଟ ହୋଇନାହó। ତେବେ ଗତ ୪ ମାସ ଧରି କୁନ୍ଦୁଲି ମାମଲା ଏଭଳି ବିବାଦୀୟ ଓ ଜଟିଳ ପରିସ୍ଥିତି ସୃଷ୍ଟି କରିଛି େଯ ସରକାରଙ୍କ ଘୋଷଣା ଓ ଏସ୍ଆଇଟି ତଦନ୍ତ ନିର୍ଣ୍ଣାୟକ ହେବ ବୋଲି ମାନିବାକୁ ବିରୋଧୀ ଓ ଆନ୍ଦୋଳନ କରୁଥିବା ସାମାଜିକ ଅନୁଷ୍ଠାନ ନାରାଜ। ଆଜି ମଧ୍ଯ ବିଭିନ୍ନ ମହିଳା ଓ ସାମାଜିକ ସଙ୍ଗଠନ ଅନଶନ ଓ ଧାରଣା ଧମକ ଦେଇଛନ୍ତି। ଅନ୍ୟପକ୍ଷରେ କୋରାପୁଟରେ କୁନ୍ଦୁଲି ମାମଲାର ତଦନ୍ତ କରୁଥିବା ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍- ଆର୍ସି)ଙ୍କ ଦୁଇଟି ଟିମ୍ ଆଜି ତଦନ୍ତ ଶେଷ କରିଛନ୍ତି। ୪୧ ଜଣ ଡାକ୍ତରଙ୍କ ବୟାନ ରେକର୍ଡ କରାଯାଇଛି। ୪ ଦିନ କୋରାପୁଟରେ ରହି ଟିମ୍ ପୀଡ଼ିତାଙ୍କ ଗାଁ ମୂଷାଗୁଡ଼ା, ଘଟଣାସ୍ଥଳ, କୋରାପୁଟ ହସ୍ପିଟାଲ, ପୀଡ଼ିତା ରହିଥିବା ଶିଶୁ ଭବନ, କୋଟପାଡ଼ର ଏକ କନ୍ୟାଶ୍ରମକୁ ଯାଇ ସମସ୍ତ ତଥ୍ୟ ହାସଲ କରିବା ସହ ସମ୍ପୃକ୍ତ ଅଧିକାରୀ ଏବଂ ପୀଡ଼ିତାଙ୍କ ସମ୍ପର୍କୀୟମାନଙ୍କ ବୟାନ ରେକର୍ଡ କରିଛନ୍ତି। ପୁଲିସ୍ ଓ ପ୍ରଶାସନର ବହୁ ଅଧିକାରୀଙ୍କ ବୟାନ ମଧ୍ଯ ରେକର୍ଡ ହୋଇଛି। ପୀଡ଼ିତାଙ୍କ ମାନସିକ ସ୍ଥିତିରେ ପରିବତ୍ର୍ତନ ଆଣିବା ପାଇଁ କାଉନସେଲିଂ କରିବାକୁ ଯାଇଥିବା ଉକ୍ରଳ ବିଶ୍ବବିଦ୍ୟାଳୟ ମନସ୍ତତ୍ବ ବିଭାଗର ପ୍ରାଧ୍ଯାପିକା ଡ. ନମିତା ମହାନ୍ତି ଏବଂ ମଧୁମିତା ଦାଶଙ୍କୁ ମଧ୍ଯ ଜେରା କରାଯାଇଥିବା ଜଣାପଡ଼ିଛି।