ଖୁବ ଶିଘ୍ର ବଦଳିବ ପିସିସି ରୂପରେଖ,ହଟିବେ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ !

ଭୁୁବନେଶ୍ୱର:ଖୁବ ଶିଘ୍ର ଓଡିଶା କଂଗ୍ରେସର ରୂପରେଖ ବଦଳିବ । ପରିବତ୍ତନ ହେବେ କଂଗ୍ରେସର ରାଜ୍ୟ ପ୍ରଭାରୀ ଓ ପିସିସି ମୁଖିଆ । ଏଆଇସିସିରୁ ମିଳିଛି ଏମିତି ଭିତିରି ସୂଚନା । ନିକଟରେ ଛତିଶଗଡ ଓ ଝାଡଖଣ୍ଡ ପସିସି ରୂପରେଖ ପରିବର୍ତ୍ତନ ହେବା ଏହି ଭିତିରି ସୂଚନାର ଗୁରୁତ୍ୱ ବଢାଇ ଦେଇଛି । ଛତିଶଗଡ ଓ ଝାଡଖଣ୍ଡ ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ବିକେ ହରି ପ୍ରସାଦଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଏହା ସହ ଛତିଶଗଡର ସହ ପ୍ରଭାରୀ ଥିବା ଓଡିଶା କଂଗ୍ରେସର ବରିଷ୍ଠ ନେତା ପୂର୍ୱତନ ମନ୍ତ୍ରୀ ଭକ୍ତ ଦାସଙ୍କୁ ମଧ୍ୟ ହଟାଇ ଦେଇଛି ଏଆଇସିସି । ମିଳିଥିବା ସୂଚନା ଅନୁସାରେ ଏଥର ଓଡିଶା କଂଗ୍ରେସର ନବଖଳେବର ପାଳି । ଛତିଶଗଡ ଓ ଝାଡଖଣ୍ଡ ପରି ଓଡିଶା ଦାୟିତ୍ୱରେ ଥିବା ବିକେ ହରି ପ୍ରସାଦଙ୍କୁ ହଟାଇ ଦିଆଯିବ । ସେହିପରି ପିସିସି ସଭାପତତ୍ଥିବା ପ୍ରସାଦ ହରିଚନ୍ଦନଙ୍କୁ ନେଇ ଦଲ୍େର ଅସନ୍ତୋସ ବଢୁଥିବାରୁ ତାଙ୍କୁ ମଧ୍ୟ ହଟାଇ ଦେବାକୁ ରାହୁଲ ଏକ ପ୍ରକାର ମନସ୍ତ କରିଥିବା କୁହାଯାଉଛି । ଭକ୍ତ ଦାସଙ୍କୁ ପିସିସି ସଭାପତି ପଦରେ ବସାଇବା ଲାଗି ଏଆଇସିସି ତାଙ୍କୁ ଛତିଶଗଡ ସହ ପ୍ରଭାରୀ ପଦରୁ କାଢିଥିବା ନେଇ କୁହାଯାଉଛି । ନିରଜଂନ ପଟ୍ଟନାୟକ ଓ ଭକ୍ତ ଦାସଙ୍କ ନାଁ ପିସିସି ସଭାପତି ଦୈଡରେ ଆଗରେ ରହିଥିଲା । ନିରଜଂନଙ୍କ ସପକ୍ଷରେ ସବୁଠୁ ଅଧିକ ବିଧାୟକ ଓ ରାଜ୍ୟ ନେତା ମତ ରଖଇଥିଲେ । ହେଲେ ରାହୁଲ କୁଆଡେ ପୁଣି ଥରେ ପଟ୍ଟନାୟକ ପରିବାରଙ୍କ ସଫକ୍ଷରେ ନାହାନ୍ତି ବୋଲି କୁହାଯାଉଛି । ଏମିତିବି ନିରଜଂନଙ୍କୁ ପିସିସି ସଭାପତି କରାଇବା ସପକ୍ଷରେ କୁଆଡେ ପୂର୍ୱତ ସଭାପତି ଜୟଦେବ ଯେନା,ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ,ଶରତ ରାଉତଙ୍କ ପରି ନେତା ଓ ସେମାନଙ୍କ ଗୋଷ୍ଠି ନାହାନ୍ତି । ଏହି ନେତାମାନେ ଘରପଛେ ପୋଡୁ ମୂଷା କେଂଜେ ପାଉ ନ୍ୟାୟରେ କୁଆଡେ ନିରଂଜନଙ୍କୁ ପିସିସି ସଭାପତି କରାଇ ନଦେବା ଲାଗି ଇଛା ନଥାବି ଭକ୍ତଙ୍କ ସପକ୍ଷରେ ଭିତିରି ହଁ ମାରିଥିବା ଶୁଣାଯାଉଛି । ଆଉ ଏହା ଯଦି ସତ ହୋଇଥାଏ ତେବେ ଖୁବ ଶିଘ୍ର ପିସିସିର ନୂଆ ରୂପରେଖ ଘୋଷଣା ହେବ । ଏମିତିବି କୁହାଯାୁଛି ପ୍ରସାଦଙ୍କୁ ହଟାଇ ପିସିରେ ନିରଜଂନ ଓ ଭକ୍ତଙ୍କୁ ଥଇଥାନ କରିବା ଲାଗି ଆଉ ଏକ ପଦବୀ ସୃଷ୍ଟି କରାଯିବ । ଦୁହିଁଙ୍କ ନେତୃତ୍ୱରେ ୨୦୧୯ ନର୍ବାଚନ ଲଢିବାକୁ ପଡିଆକୁ ଛାଡିବ ଏଆଇସିସି । ହେଲେ କଂଗ୍ରେସ ରାଜନିତୀ ଘଡିକେ ଘୋଡା ଛୁଟୁଛି । ରୂପରେଖ ବଦଳିବା ସୂଚନା ମିଳିବା ପରେ ସବୁ ଅଙ୍କ ଭୁଲ କରିବା ଲାଗି ନିଜ ନିଜ ଗୋଷ୍ଠି ସପକ୍ଷରେ ଏଆଇସି ପାଖରେ ଚାପ ପକାଇବାକୁ ଚାଲିଛି ଉଦ୍ୟମ । ତେବେ ଅପେକ୍ଷା ରାହୁଲଙ୍କ ଘୋଷଣାକୁ ।

Comments (0)
Add Comment