ଛତିଶଗଡ଼ର ମନମାନି ବିରୋଧରେ ଓଡିଶାର ପ୍ରତିବାଦ :କଲମା ପ୍ରସଂଗରେ ସିଡବ୍ଲୁ୍ୟସିକୁ ରାଜ୍ୟ ସରକାରଙ୍କ ଚିଠି

ଭୁୁବନେଶ୍ୱର:ଛତିଶଗଡ଼ ପାଣି ଛାଡ଼ିବା କଥା ଆଗୁଆ ଜଣାପଡ଼ିଲେ କିଛି ସମସ୍ୟା ହେବନାହିଁ । କିନ୍ତୁ ଯଦି କିଛି ନ ଜଣାଇ ମହାନଦୀ ଉପରମୁଣ୍ଡରୁ ପାଣି ଛଢ଼ାଯାଏ ତାହେଲେ ନିଶ୍ଚିତ ଅସୁବିଧା ହେବ । ସୂଚନାଯୋଗ୍ୟ, ମହାନଦୀ ଉପରମୁଣ୍ଡରେ ବର୍ଷା ହେବା କାରଣରୁ କଲ୍ମା ବ୍ୟାରେଜର ୪୬ଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଖରାଦିନରେ ଏହାର ସବୁତକ ଗେଟ୍ ଛତିଶଗଡ଼ ସରକାର ବନ୍ଦ କରିଦେଇଥିଲେ । ଏନେଇ ଓଡ଼ିଶା ଆପତ୍ତି ଜଣାଇବା ପରେ ମଧ୍ୟ ଗେଟ୍ ଖୋଲାଯାଇନଥିଲା । ଶୁଖିଲା ସମୟରେ ପାଣି ବନ୍ଦ କରିବା ଏବଂ ବନ୍ୟା ସମୟରେ ରାଜ୍ୟ ସରକାରଙ୍କୁ ନଜଣାଇ ପାଣି ଛାଡ଼ିବା ଛତିଶଗଡ ସରକାରଙ୍କ ଅଭ୍ୟାସ ପାଲଟିଗଲାଣି ବୋଲି ବିଜେଡି ଅଭିଯୋଗ କରିଛି । ଯଦି ଛତିଶଗଡ଼ ସରକାର ଜଳ ପରିଚାଳନା ନେଇ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ନ ଆଣନ୍ତି ତାହେଲେ ଦଳ ପୁଣି ଆନେ୍ଦାଳନକୁ ଓହ୍ଲାଇବ ବୋଲି ବିଜେଡି ପକ୍ଷରୁ ଧମକ ଦିଆଯାଇଛି କଲ୍ମା ବ୍ୟାରେଜ୍ରୁ ପାଣି ଛଡ଼ାଯିବାକୁ ନେଇ ଆପତ୍ତି ଉଠାଇଛନ୍ତି ରାଜ୍ୟ ସରକାର । ରାଜ୍ୟକୁ ନଜଣାଇ ବ୍ୟାରେଜର ୪୬ଟି ଗେଟ୍ରୁ ପାଣି ଛଡ଼ାଯିବା ନେଇ ଜଳସମ୍ପଦ ବିଭାଗ କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଛତିଶଗଡ଼ ସରକାରଙ୍କୁ ଚିଠି ଲେଖିଛି । ଓଡ଼ିଶା ସହିତ ମିଶି କାମ କରିବା ଏବଂ ବିଭିନ୍ନ ଡ୍ୟାମ୍ରୁ ପାଣି ଛାଡ଼ିବା ପୂର୍ବରୁ ସୂଚନା ଦେବାକୁ କେନ୍ଦ୍ର ଜଳଆୟୋଗ ଛତିଶଗଡ଼ ସରକାରଙ୍କୁ କୁହନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ମେ’ ୨୨ରେ ବନ୍ୟା ପରିଚାଳନା ନେଇ ଆନ୍ତଃରାଜ୍ୟ ସମନ୍ୱୟ ସବ୍କମିଟିର ବୈଠକ ବସିଥିଲା । ଏଥିରେ ଓଡ଼ିଶା, ଛତିଶଗଡ଼ ଏବଂ ସିଡବ୍ଲୁ୍ୟସିର ସଦସ୍ୟମାନେ ଯୋଗ ଦେଇଥିଲେ । ବିଭିନ୍ନ ଡ୍ୟାମ୍ରେ କେତେ ପାଣି ପ୍ରବେଶ କରୁଛି ଓ କେତେ ପାଣି ଛଡ଼ାଯାଉଛି ସେନେଇ ତଥ୍ୟ ଆଦାନ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଛତିଶଗଡ଼ ସରକାର ଡ୍ୟାମ୍ରୁ କେତେ ପାଣି ଛାଡ଼ୁଛନ୍ତି ସେନେଇ ଓଡ଼ିଶାକୁ ଆଗୁଆ ସୂଚନା ଦେଇନଥିବାରୁ ଚିଠିରେ ଉଦବେଗ ପ୍ରକାଶ କରାଯାଇଛି । ଏହା ଫଳରେ ଓଡ଼ିଶା ସରକାରଙ୍କ ବନ୍ୟା ଜଳ ପରିଚାଳନା ନେଇ ଚିନ୍ତା ବଢ଼ିଯାଇଛି ବୋଲି ଚିଠିରେ କୁହାଯାଇଛି । ବର୍ଷା ଦିନରେ ପୂର୍ବ ସୂଚନା ନଦେଇ ପାଣି ଛାଡ଼ିଲେ ଆଗକୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଚିଠିରେ କୁହାଯାଇଛି । ଆଗକୁ ଏଭଳି ଘଟଣାର ପୂନରାବୃତ୍ତି ଯେଭଳି ଭାବରେ ନହୁଏ ସେନେଇ ଛତିଶଗଡ଼କୁ ଚେତାବନୀ ମଧ୍ୟ ଦିଆଯାଇଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୁରେଶ କୁମାର ଜୈନ ଏନେଇ ସୂଚନା ଦେଇ କହିଛନ୍ତି ଯେ ହୀରାକୁଦରେ ପାଣି ନଥିବା କାରଣରୁ ଛତିଶଗଡ଼ ପାଣି ଛାଡ଼ିବାରୁ କିଛି କ୍ଷତି ହେଲା ନାହିଁ । ଯଦି ହୀରାକୁଦରେ ପାଣି ଥାଆନ୍ତା ତାହେଲେ ରାଜ୍ୟରେ ବନ୍ୟା ପରିସ୍ଥିତି ନିଶ୍ଚିତ ହୋଇଥାନ୍ତା ବୋଲି ସେ କହିଛନ୍ତି । ସେହିଭଳି ସର୍ବୋଚ୍ଚ ଯନ୍ତ୍ରୀ ଡ୍ୟାମ୍ ସେଫ୍ଟି, ବିଭୂତି ଭୂଷଣ ପଣ୍ଡା କହିଛନ୍ତ

Comments (0)
Add Comment