ଦଶପଲ୍ଲାରେ ଭୂକମ୍ପ ଝଟକା

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟାରୁ ୧୧ଟା ୫ ମିନିଟ ମଧ୍ୟରେ ୬ ସେକେଣ୍ଟ ଲେଖାଏ ୨ ଥର ଭୂକମ୍ପ ଝଟକା ଲାଗିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏହାର ପ୍ରଭାବରେ ପୋଖରୀ ପାଣିରେ ଢେଉ ସୃଷ୍ଟି ହୋଇଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ ପ୍ରକାଶ କରିଛନ୍ତି।

ଏପରି କି ଘର ପଙ୍ଖା ସହ ଆସବାପତ୍ର ଦୋହଲିିଥିବା ଲୋକେ ଅନୁଭବ କରିଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

odisha news
Comments (0)
Add Comment