ଦେବଗଡ : ଦେବଗଡରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ଦେବଗଡ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ମହିଳା ମାଓବାଦୀ କୁନି ଓରଫ୍ ସାବିତ୍ରୀ ମୁର୍ମୁ । ସାବିତ୍ରୀ କଳିଙ୍ଗନଗର ଡିଭିଜନ୍ର ସକ୍ରିୟ ସଦସ୍ୟ ଥିଲେ(କେନ୍ଦୁଝର ତୋଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଅଞ୍ଚଳରେ ସାବିତ୍ରୀଙ୍କ ଘର)ଦେବଗଡ, ଯାଜପୁର, ଅନୁଗୁଳ, ରାଉରକେଲା, କେନ୍ଦୁଝର ଆଦି ଅଞ୍ଚଳରେ ମାଓ ସଂଗଠନ ପାଇଁ କାମ କରୁଥିଲେ । ମାଓ ସଂଗଠନରେ ଅସୁରକ୍ଷିତ ମନେ କରି ଆତ୍ମସମର୍ପଣକରିଥିବା କହିଛନ୍ତି । ଦୈତାରୀ ଥାନା ପୋଲିସ ଏଏସ୍ଆଇ ଉମେଶ ମାରାଣ୍ଡି ଅପହରଣ ଘଟଣାରେ ପ୍ରତ୍ୟକ୍ଷଭାବେ ଜଡିତ ଥିଲେ କୁନି । ଯାଜପୁର ଜିଲ୍ଲା କାଳିଆପାଣି ଥିଲା ଟିକରପଡାରେ ହୋଇଥିବା ପୋଲିସ-ମାଓବାଦୀ ଗୁଳି ବିନିମୟରେ ତାଙ୍କର ସମ୍ପୃକ୍ତି ଥିଲା ।