ନିଆଳିରେ ଥମୁନି ଜନ୍ତୁ ଆତଙ୍କ: ପୁଣି ୩ ମେଣ୍ଢାଙ୍କ କଲିଜା ନେଲା

ନିଆଳି: କଟକ ଜିଲ୍ଲା ନିଆଳିରେ ଗତ ଦୁଇ ମାସ ହେବ ଲାଗି ରହିଥିବା ଅଜଣା ଆତଙ୍କ ଥମିବାର ନାଁ ନେଉନି । ପ୍ରଶାସନର ଉଦ୍ୟମ ଶତ୍ତ୍ୱେ ଧରା ଦେଉନି ଅଜଣା ଯନ୍ତୁ । ଏମିତିକି ସମସ୍ତଙ୍କ ଆଖିରେ ଧୁଳି ଦେଇ କରିଚାଲିଛି ମେଣ୍ଢା ଶୀକାର । ରବିବାର ରାତିରେ ନିଆଳି ତାର ଓଲାଶଁରେ ୩ ମେଣ୍ଢାଙ୍କୁ ମାରି କଲିଜା କାଢି ନେଇଛି ଅଜଣା ଜନ୍ତୁ । ଜନ୍ତୁର ଆକ୍ରମଣରେ ୨ଟି ମେଣ୍ଢା ଗୁରୁତ୍ୱର ହୋଇଛନ୍ତି । ବନ ବିଭାଗ ଅଜଣା ଜନ୍ତୁଙ୍କୁ ଧରିବାକୁ ଯନ୍ତା ବସାଇଛି । ସିସି କ୍ୟାମେରା ଲଗାଇବା ସହ ଜାଲ ବି ବିଛାଇଛି । ପାଟ୍ରୋଲିଙ୍ଗ କଡା କଡି କରାଯାଇଛି । ହେଲେ ଏସବୁ କିଛି କାମ ଦେଉନି । ଅଜଣା ଜନ୍ତୁଙ୍କୁ ଧରିପାରୁନି ଜଙ୍ଗଲ ବିଭାଗ । ଫଳରେ ଲୋକଙ୍କ ଭିତରେ ଆତଙ୍କ ବଢି ବଢି ଚାଲିଛି । ଗଲା ଦୁଇ ମାସ ଭିତରେ ନିଆଳି ଅଞ୍ଚଳରେ ୨ ଶହରୁ ଅଧିକ ମେଣ୍ଢାଙ୍କ ଜୀବନ ଗଲାଣଇ । ମେଣ୍ଢାପୋଶି ଜୀବିକା ନିର୍ୱାହ କରୁଥିବା ଲୋକେ କ୍ଷତିପୁରଣ ଲାଗି ରାସ୍ତାକୁ ଓହ୍ଲାଇଛନ୍ତି । ହେଲେ ସେମାନଙ୍କୁ କ୍ଷତିପୁରଣ ମିଳିନି କି ଯନ୍ତୁକୁ ଧରିପାରିନି ପ୍ରଶାସନ । ସୋପେଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି ବିଖଳ୍ପ ବ୍ୟବସ୍ଥା କରାଯାଇ ଯନ୍ତୁ ଧରିବାକୁ ଚେଷ୍ଟା କରାଯିବ । ୩ ମେଣ୍ଢାଙ୍କ କଲିଜା ନେଲା

Comments (0)
Add Comment