ନିଆଳି ଅଜଣା ଜନ୍ତୁ ଧରାନେଇ ବିଶେଂଗ୍ୟଙ୍କ ମତ , ଇଏ ମାଇ ବୁଲିଆ ମେଣ୍ଡା ମାରିପାରିବନି

ଭୁବନେଶ୍ବର: ନିଆଳି ମେଣ୍ଡା ମାରୁଥିବା ଅଜଣା ଜନ୍ତୁ ଧରାପଡିବା ଆଉ ଏକ ନୂଆ ମୋଡ ନେଇଛି । ଧରାପଡିଥିବା ଜନ୍ତୁକୁ ଜନ୍ତାରେ ଭୁବନେଶ୍ବରର ନନ୍ଦନକାନକୁ ଅଣାଯାଇଛି । ପ୍ରକୃତରେ ଏ ଜନ୍ତୁ କିଏ ସେନେଇ ତାର ଲୋମ ପରୀକ୍ଷା କରିବାକୁ ପଠାଯିବ । ସେପଟେ ଜନ୍ତୁ ରାମଶିଆଳ ନୁହେଁ, ଏହା ବର୍ଷକର ମାଇ ବିଲୁଆ ବୋଲି କହିଛନ୍ତି ନନ୍ଦନକାନନର ଉପନିର୍ଦେଶକ । ବିଲୁଆ ମେଣ୍ଢା ମାରିବାର ନଜିର ନାହିଁ । ତେଣୁ ଯିଏ ମେଣ୍ଢା ମାରୁଛି ଇଏ ସେ ଜନ୍ତୁ ନୁହେଁ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଏବେ କଥା ଉଠୁଛି ମେଣ୍ଢା ମାରୁଥିବା ଜନ୍ତୁ କିଏ ଆଉ ତାକୁ କେବେ ଧରିବ ବନ ବିଭାଗ ।

Comments (0)
Add Comment