ଭୁବନେଶ୍ବର:ରାଜ୍ୟରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଗ୍ରାମାଞ୍ଚଳ ଗୃହ ନିରର୍ମାଣ ଯୋଜନାରେ ସହଯୋଗ କରିବେନି । ଏମିତି ଚରମବାଣୀ ଶୁଣାଇଛି ଅଲ ଓଡିଶା ପଞ୍ଚାୟତ ଏକଜିକ୍ୟୁଟିଭି ଅଫିସର ଆସୋସିଏସନ । ଏନେଇ ସଂଘ ପକ୍ଷରୁ ପଞ୍ଚାୟତ ରାଜ୍ୟ ସଚିବଙ୍କୁ ଲିଖିତ ଜଣାଇଛି ସଂଘ । ରୁରାଲ ହାଉସିଙ୍ଗ ସ୍କିମରେ ରାଜନୈତିକ ହସ୍ତକ୍ଷେପ ରହୁଛି । ହେଲେ ପିସି ଓ ଅନୀୟମିତତା ଆଳରେ ଭିଜିଲ୍ଲାନ୍ସ ରାଜ୍ୟରେ ୨୫ରୁ ଅଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗିରଫ କଲାଣି । ତେଣଉ ଏହାକୁ ବିରୋଧ କରିଛି ସଂଘ । ପିଇଓ ମାନଙ୍କ ନାଁରେ ଥିବା ପିଡିଏସ ଲାସେନ୍ସ ବାତିଲ,ହିତାଧିକାରୀ ଚୟନରେ ଆରଆଇ ଓ ପ଼୍ଚାୟତ ନୋଡାଲ ଅଫିସରଙ୍କୁ ସାମିଲ କରାଯିବକୁ ଦାବି କରିଛି ସଂଘ । ଏହା ନହେଲେ ସଂଘ ଇନ୍ଦିରା ଆବାସ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଥିବା ସରକାରୀ ଗ୍ରାମୀଣ ଗୃହ ଯୋଜନାରେ ସାମିଲ ହେବେ ନାହିଁ । ଯୋଜନାର ନୂଆ ହିତାଧିକାରୀ ଚୟନ କରିବେ ନାହିଁ କି ହିତାଙୀକାରୀଙ୍କ କିସ୍ତି ଟଙ୍କା ଦେବେ ନାହିଁ । ଏହା ହେଲେ ସରକାରଙ୍କ ଯୋଜନା ବାଧାପ୍ରାପ୍ତ ହେବ ।