ଭୁବନେଶ୍ୱର, : ବିଜେପି ଯୁବ ମୋର୍ଚ୍ଚାର ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛି ଶାସକ ଦଳ । ବିଜେପି ହତାଶ ହୋଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଉପରେ ଆକ୍ରମଣ କରିଛନ୍ତି । ଏହା ଦୁର୍ଭାଗ୍ୟ ଜନକ। ପ୍ରଶାସକମାନଙ୍କୁ ଭୟଭୀତ କରାଇ ବିଜେପି ନିର୍ବାଚନ ଜିତିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବେ। ସେପଟେ କଂଗ୍ରେସ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି। ତେବେ ଘଟଣାର ଭିନ୍ନ ଅର୍ଥ ବାହାର କରିବାକୁ ଚେଷ୍ଟା କରିଛନ୍ତି ବିଜେପି ନେତା ।ବିଜେପିର ଯୁକ୍ତି ଆଇଏ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଘର ଉପରକୁ ଆକ୍ରମଣ ଘଟଣାରେ ବିଜେପି ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ କଥା କଟାକଟି ଲାଗି ରହିଛି । ଏହି ପ୍ରରିପ୍ରେକ୍ଷୀରେ ପାଣ୍ଡିଆନଙ୍କ ଘର ସାମ୍ନାରେ ବିଜେପି ଯୁବ କର୍ମୀଙ୍କ ଗଣତାନ୍ତ୍ରିକ ପ୍ରତିବାଦରେ ବିଜେଡି କାହିଁକି ଏତେ ଉତକ୍ଷିପ୍ତ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।
ଜଣେ ଆରଟିଓଙ୍କୁ ଗାଡି ଚଢାଇ ହତ୍ୟା କରାଯାଇଛି ଓ ୩ ତହସିଲଦାରଙ୍କୁ ଗାଡି ଚଢେଇ ହତ୍ୟା କରିବାରୁ ସମ୍ପୃକ୍ତ ଅଫିସର ମାନେ ଅଳ୍ପକେ ବଂଚିଯାଇଛନ୍ତି । ଏହି ମରଣାନ୍ତକ ଆକ୍ରମଣ ପଛରେ ଲଘୁ ଖଣିଜ ସମ୍ପଦ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରୁଥିବା ଶାସକ ଦଳର ନେତା ଓ ମନ୍ତ୍ରୀମାନେ ହିଁ ଅପରାଧୀ । ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ଘର ସାମ୍ନାରେ ଗଣତାନ୍ତ୍ରିକ ପ୍ରତିବାଦକୁ କଡା ଶବ୍ଦରେ ନିନ୍ଦା ମାତ୍ର ରାଜସ୍ୱ ବିଭାଗର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଫିସର ମାନଙ୍କୁ ମରଣାନ୍ତକ ଆକ୍ରମଣ କରୁଥିବା ସରକାରୀ ଦଳର ନେତା ଓ ମନ୍ତ୍ରୀମାନଙ୍କ ମାମଲାରେ ନୀରବ ରହିବା ବିଜେଡିର ଏହା ଦୋମୁହାଁ ନୀତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସେପଟେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଘର ଉପରେ ଆକ୍ରମଣକୁ ନିନ୍ଦା କରିଛି ଆଇଏଏସ ଏବଂ ଓଏଏସ୍ ସଂଘ । ରାଜନୈତିକ ଆକ୍ରୋଶ ରଖି ଜଣେ ପ୍ରଶାସନିକ ଅଧିକାରୀଙ୍କ ଘର ଉପରେ ବିଜେପି କର୍ମୀଙ୍କ ଏଭଳି ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।