ଭୁବନେଶ୍ବର:ପିସି କାରବାର ବନ୍ଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବଙ୍କ ଜରିଆରେ ଚିଠି ଲେଖିଛନ୍ତି ପ୍ରଦୀପ ଜିଲ୍ଲାପାଳ ମାନଙ୍କୁ ପିସି କାରବାର ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ଲାଗି ଦେଲେ ଧନ୍ୟବାଦ ଦେିଛନ୍ତି ପ୍ରଦୀପ । ଏହା ସହ ନିଜ ନିର୍ବାଚନମଣ୍ଡଳି ପଦମପୁରର ପାଇକମାଳ ବ୍ଲକ ରେ ପିସି କାରବାର ଚାଲିଥିବା ନେଇ ଚିଠିରେ ଅଭିଯୋଗ ମଧ୍ୟ କରିଛନ୍ତି । ଜଣେ ହିତାଧିକାରୀଙ୍କଠାରୁ ଖବର ପାଇବା ପରେ ସେ ବିଡିଓଙ୍କୁ ପଚାରିଥିଲେ । ୧୨ ପ୍ରତିଶତ ପିସି ନିଆଯାଉଥିବା ବିଡିଓ ସ୍ବୀକାର କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବିଧାୟକ ପ୍ରଦୀପ ପୁରୋହିତ । ଏହାସହ ପଦ୍ମପୁର ଓ ଝାରବନ୍ଧ ବ୍ଲକରେ ୪୦ ପ୍ରତିଶତ ପିସି କାରବାର ମଧ୍ୟ ଚାଲିଛି ବୋଲି ଲେଖିବା ସହ ୩ଟି ବ୍ଲକରେ ପିସି କାରବାର ବନ୍ଦ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ପିସି ବନ୍ଦ ନିର୍ଦ୍ଦେଶରେ ଆନ୍ତରିକତା ଅଛି ନା ଏହା ରାଜନୈତିକ ଉଦ୍ଦେଶ୍ୟ ବୋଲି ପ୍ରଶ୍ନ ସେ ଚିଠିରେ ପ୍ରଶ୍ନ କରିଛନ୍ତି ।