ବଲାଙ୍ଗିର : ଚାକିରୀ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ନେଇ ଛୁ । ଅଭିଯୋଗ ଆସିଛି ବଲାଙ୍ଗିରର ବିଜେପି ନେତା ପାଣ୍ଡବ କୁମ୍ଭାରଙ୍କ ନାଁରେ । ଏ ନେଇ ଟାଉନା ଥାନାରେ ମାମଲା ରୁଜ୍ଜୁ ହୋଇଛି । ଆଦର୍ଶ ବିଦ୍ୟାଳୟରେ ପିଅନ, ନାଇଟ୍ ୱାଚର, ସିକ୍ୟୁରିଟି ଗାର୍ଡ ଭାବେ ଚାକିରୀ କରାଇ ଦେବା ଲୋଭ ଦେଖାଇ ୩୦ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ସହ ଆଖ ପାଖ ଅଞ୍ଚଳରୁ ଲୋକଙ୍କ ଠାରୁ ଜଣ ପିଛା ଲକ୍ଷେ ରୁ ଦେଢ଼ ଲକ୍ଷ ନେଇଥିବା ଅଭିଯୋଗ କରିଛନ୍ତି ଠେକଇର ଶିକାର ହୋଇଥିବା ବ୍ୟକ୍ତି । ଟାଉନ ଥାନା ଅଧିକାରୀ ଠକେଇ ତଦନ୍ତ କରୁଛନ୍ତି ।