ଭୁବନେଶ୍ବର: ବିଜେପୁର ବିଜୟ ଲାଗି ବିଜେଡିର ପ୍ରସ୍ତୁତି । ଲଗାତାର ୩ଟି ଟର୍ମ ବିଜେପୁରରେ ଗଡରେ ପଛରେ ପଡିଛି ବିଜେଡି । ଏଥର କିନ୍ତୁ ବିଜେପୁରରେ ଶଙ୍ଖ ଧ୍ବନି ଶୁଣାଇବାକୁ ନୂଆ ରଣନୀତି କରିଛି ଶାସକ ଦଳ । ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କୁ ପତ୍ନୀଙ୍କୁ ଦଳକୁ ଆଣି ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜେପୁରର ପ୍ରତି ପଞ୍ଚାୟତ,ବ୍ଲକ ଓ ଏନଏସିକୁ ୟୁନିଟ ଭାବେ ଭାଗ ଭାଗ କରିଯାଇଛି । ପଞ୍ଚାୟତ, ୨ଟି NAC ଓ ୩ଟି ବ୍ଲକରେ ଛାମୁଆ ନେତାଙ୍କୁ ଗଡ ଜଗିବାକୁ ଦାୟିତ୍ବ ଦିଆଯାଇଛି । ଏହା ସହ ବରିଷ୍ଠ ମନ୍ତ୍ରୀ ମାନେ ନିର୍ବାଚନ ପରିଚାଳନା ଦାୟିତ୍ବରେ ଅଛନ୍ତି । ସ୍ଥାନୀୟ ନେତାଙ୍କୁ ସହଯୋଗ କରିବାକୁ ଦାୟିତ୍ବରେ ଥିବା ନେତାଙ୍କୁ ନିର୍ଦେଶ ଦେଇଛନ୍ତି ଦଳ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଲୋକ ପ୍ରିୟତା ଓ ରାଜ୍ୟ ଓ ବିଜେପୁର ବିକାଶକୁ ପ୍ରସଙ୍ଗ କରି ଦଳ ଭୋଟରଙ୍କ ସମର୍ଥନ ଲୋଡୁଛି ବୋଲି କହିଛି ବିଜେଡି ।ଏନେଇ ଦଳର ମୁଖପାତ୍ର ଅରୁଣ ସାହୁ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକ ପ୍ରିୟତା ରହିଛି । ତେଣୁ ଏଥର ବିଜେପୁରରେ ଲୋକେ ବିଜେଡି ପ୍ରତି ତାଙ୍କର ସମର୍ଥନ,ଆଶିର୍ବାଦ ଓ ସହଯୋଗ ଦେବେ ଓ ୨୮ରେ ଫଳ ବିଜେଡି ସପକ୍ଷରେ ଯିବ ବୋଲି କହିଛନ୍ତି ଅରୁଣ ସାହୁ ।