ବିଜେପୁରରେ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ଭୁବନେଶ୍ବର : ବିଜେପୁର ଉପ ନିର୍ବାଚନରେ ପ୍ରଚାର କରିବାକୁ ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେପି ଦାଖଲ କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅମିତ ଶାହଙ୍କ ନାଁ ରହିଛି । ଏକ ନମ୍ବର ସ୍ଥାନରେ ରହିଛି ଅମିତ ଶାହଙ୍କ ନାଁ । ହେଲେ ରାଷ୍ଟ୍ରିୟ ଅଧ୍ୟକ୍ଷ କେବେ ଆସିବେ ସେନେଇ ବିଜେପି ପକ୍ଷରୁ କିଛି ସ୍ଷଷ୍ଟ କରାଯାଇ ନାହିଁ । ତବେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ଛାଡି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି, ରାମକ୍ରିପାଳ ଯାଦବ, ରାଧାମୋହନ ସିଂହ ,ବାବୁଲ ସୁପ୍ରିଓ,ଗୀରିଜା ସିଂହ,ଙ୍କ ନଁା ରହିଛି । ଏହା ଛଡା କେନ୍ଦ୍ରୀୟ ନେତା ରାମ ଲାଲଜୀ,ସମ୍ବିତ ପାତ୍ର,ସୈଦାନ ସିଂହ,ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମ୍ମୁଖଙ୍କ ନାମ ଏହି ତାଲିକାରେ ଯୋଡା ଯାଇଛି । ଏଥିସହିତ ରାଜ୍ୟ ସଭାପତି ବସନ୍ତ ପଣ୍ଡା,ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସଂଗଠନ ସଂପାଦକ ଶାରଦା ପ୍ରସାଦ ଶତପଥୀ,ବିଧାୟକ ରାଧାରାଣୀ ପଣ୍ଡା, ପ୍ରଦୀପ ପୁରୋହିତ,ରବି ନାୟକ ଓ ବରିଷ୍ଠ ନେତା ବିଶ୍ବ ଭୂଷଣ ହରିଚନ୍ଦନ,ଗିରୀଧର ଗମାଙ୍ଗ ଓ ରାଜ୍ୟର ବରିଷ୍ଟ ନେତୃତ୍ହଙ୍କୁ ମଧ୍ୟ ସାମିଲ କରାଯାଇଛି । ନୂଆକରି ବିଜେପିରେ ମିଶିଥିବା ସିନେ ତାରକା ମିହିର ଦାସ, ଶ୍ରୀତମ ଦାସ ,ପିଙ୍କି ପ୍ରଧାନଙ୍କୁ ବି ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ରଖି ପ୍ରଚାର ମଇଦାନକୁ ଓହ୍ଲାଇବାର ଯୋଜନା କରିଛି ବିଜେପି । ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ବିଜେପୁର ପ୍ରଚାରକୁ ଆସିବୋ ବୋଲି ଚର୍ଚ୍ଚା ହେଉଥିଲେ ବି ତାଲିକାରେ ତାଙ୍କ ନାଁ ନାହିଁ ।

Comments (0)
Add Comment