ବିଜେପୁର ବିଚାର : ପଛରେ ପଡିଛି କଂଗ୍ରେସ,ପ୍ରାର୍ଥୀ ଚୟନ କମିଟିକୁ ନେଇ ପ୍ରଶ୍ନ ଉଠାଇଲେ ନିରଞ୍ଜନ

ଭୁବନେଶ୍ବର: ଲଗାତାର ତିନି ଟର୍ମ ଧରି ବିଜେପୁର ଗଡ କଂଗ୍ରସ କବଜାରେ ଥିଲା । ହେଲେ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏବେ ହେବାକୁ ଯାଉଛି ଉପନିର୍ବାଚନ । ଏଥିଲାଗି ଫେବୃଆରୀ ୨୪ ଭୋଟ ତାରିଖ ଘୋଷଣା ହୋଇସାରିଛି । ହେଲେ ବିଜେପୁର ଉପ-ନିର୍ବାଚନ ପ୍ରସ୍ତୁତିରେ ବିଜେଡି ଓ ବିଜେପି ଠୁ କଂଗ୍ରେସ ପଛରେ ପଡିଯିବା ପରି ଲାଗୁଛି ।ବିଜେଡି ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ସେହିପରି ବିଜେପୁର ଲାଗି ବିଜେପି ମଧ୍ୟ ତାର ପ୍ରାର୍ଥୀ ନାଁ ଚୁଡାନ୍ତ କରି କେନ୍ଦ୍ରୀୟ ଟିମର ଅନୁମୋଦନ ଲାଗି ପଠାଇ ସାରିଛି ।
ହେଲେ ପ୍ରାର୍ଥୀ ଚୟନ ନେଇ କଂଗ୍ରେସ ଆଗକୁ ପାଦ ବଢେଇ ପାରୁନି । ପିସିସି ସଭାପତିଙ୍କୁ ବାଦ ଦେଇ ଏଆଇସିସି ଏକ ୬ ଜଣିଆ କମିଟି ଗଢିଛି । ଏହି କମିଟି ଆସନ୍ତା କାଲି ବିଜେପୁରରରେ ବୈଠକ କରି ପ୍ରାର୍ଥୀ ନାଁ ଚୁଡାନ୍ତ କରି ଏଆଇସିସିକୁ ଦେବ । ବୈଠକରେ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିବା ନେଇ ଚୁଡାନ୍ତ ହୋଇପାରେ ବୋଲି ସୂଚନା ମିଳିଛି । ହେଲେ ଏପଟେ ପ୍ରାର୍ଥୀ ଚୟନ କମିଟିକୁ ନେଇ ପ୍ରଶ୍ନ ଉଠାଇଲେଣି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କ ଯୁକ୍ତି ପ୍ରାର୍ଥୀ ଚୟନ ନେଇ ପିସିସି ସଭାପତିଙ୍କ ଅଧଯକ୍ଷତାରେ କମିଟି ହେବା କଥା । ହେଲେ ତାହା ହୋଇନି । ତେଣୁ ଏଆଇସିସି କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ତାହା ତାଙ୍କୁ ଜଣା ବୋଲି କହିଛନ୍ତି । ତେବେ େଥିରୁ େକ ପ୍ରକାର ଶ୍ପଷ୍ଟ ହୋଇଛି ଯେ,କଂଗ୍ରେସରେ ବିଜେପୁରକୁ ନେଇ ସବୁ କିଛି ଠିକ ଠାକ ଚାଲିନି । ତେବେ କଣ ବିଜେପୁରକୁ ୧୫ ବର୍ଷ ଧରି ଗଡ କରିଥିବା କଂଗ୍ରେସ ଏଥର ନିଜ ଗଡକୁ ଛାଡିଦେବ! । କମିଟିରେ ନଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନ କଣ ଫୁଲ ଦମରେ ଲାଗିହବେ ନାଁ କମିଟି ଅଧ୍ୟକ୍ଷ ଥିବା ହେମାନନ୍ଦ ବିଶ୍ବାଳଙ୍କ ଉପରେ ସବୁ ଛାଡି ଦେଇ କଡେଇ କଡେଇ ରହିବେ ତାକୁ ନେଇ ଏବେ କଂଗ୍ରେସରେ ଚାଲିଛି ଚର୍ଚ୍ଚା ।

Comments (0)
Add Comment