ବିଜେପୁର ଲାଗି ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମେନର ତାଲିକା: ନବୀନ ସୁପରଷ୍ଟାର

ଭୁବନେଶ୍ବର : ବିଜେପୁର ନିର୍ବାଚ ପ୍ରଚାର ଲାଗି ବିଜେଡି ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରସ୍ତୁତ କରିଛି। ତେବେ ମୁଖ୍ୟ ପ୍ରଚାରକ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ସୁପରଷ୍ଟାର ଭାବେ ନବୀନ ହିଁ ବିଜେପୁର ପ୍ରଚାରର ମଙ୍ଗ ଧରିବେ । ଦଳର ଅନ୍ୟ ମନ୍ତ୍ରୀ ଓ ନେତା ତାଙ୍କୁ ସହଯୋଗ କରି ପ୍ରଚାର କରିବେ ବୋଲି କହିଛି ବିଜେଡି । ବିଜେପିର ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ କଥାକୁ ସ୍ଥାନୀୟ ଲୋକେ ଗ୍ରହଣ କରିବେନି । ମହାନଦୀ ପ୍ରସଂଗରେ ରାଜ୍ୟବାସୀ ସେମାନଙ୍କ ଚେହେରା ଦେଖିସାରିଛନ୍ତି । ତେଣୁ ସେମାନେ କିଛି ଜବାବ ରଖିପାରିବେନି ବୋଲି କହିଛି ବିଜେଡି ।

Comments (0)
Add Comment