ବିଷାକ୍ତ ମଦ ପିଇ ୧୩ ଜଣଙ୍କ ଗଲା ଜୀବନ

ବିହାରରେ ନୀତିଶ ସରକାରଙ୍କ ଶତଚେଷ୍ଟା ପରେ ବି ମଦ ବିକ୍ରି ବନ୍ଦ ହେଉ ନାହିଁ। ପୋଲିସ ଯେତେ ଧରପଗଡ଼ କଲେ ବି ମଦ ମାଫିଆଙ୍କ ବେପାରକୁ କିନ୍ତୁ ବନ୍ଦ କରିପାରୁନାହିଁ। ରାଜ୍ୟରେ ପୁଣିଥରେ ବିଷାକ୍ତ ମଦ ପିଇ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ହୋଲି ପର ଦିନ ବିହାରର ବିଭିନ୍ନ ଜିଲ୍ଲାରେ ବିଷାକ୍ତ ମଦ ପିଇବା ଯୋଗୁ ୧୩ ଜଣଙ୍କ ଜୀବନ ଯାଇଛି।

ସେହିପରି ଜଣେ ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଛି। କିଛି ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ମଧ୍ୟ ସୂଚନା ମିଳିଛି।

ସେହିପରି ବିହାରର ମଧେପୁରା ଜିଲ୍ଲାର ମୁରଲୀଗଞ୍ଜ ଥାନା ଅଞ୍ଚଳରେ ବିଷାକ୍ତ ମଦ ପିଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଗାଁରେ ଅନେକ ଲୋକ ରୋଗାଗ୍ରସ୍ତ ମଧ୍ୟ ହୋଇଛନ୍ତି। ସ୍ଥାନୀୟ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି।

ତେବେ କେବଳ ଭାଗଲପୁର ଓ ମଧେପୁର ନୁହେଁ, ବାଙ୍କା ଜିଲ୍ଲାରେ ମଧ୍ୟ ବିଷାକ୍ତ ମଦ ଯୋଗୁ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅମରପୁର ଥାନା ଅଞ୍ଚଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାଜ୍ୟରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ପୋଲିସ ସମସ୍ତ ମଦ ଭାଟି ଉପରେ ଚଢ଼ଉ କରୁଥିବା ଦେଖିବାକୁ ମିଳିଛି।

ଶନିବାର ଦିନ ଭାଗଲପୁର ସାହେବଗଞ୍ଜ ଅଞ୍ଚଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ବିନୋଦ ରାୟ, ସନ୍ଦୀପ ଯାଦବ, ନୀଲେଶ କୁମାର ଓ ମିଥୁନ କୁମାର। ଚାରି ଜଣଯାକ ଗୋଟିଏ ଗାଁର। ସେହିପରି ବିଷାକ୍ତ ମଦ ଯୋଗୁ ଶ୍ୱଶୁର ଘରକୁ ଆସିଥିବା ଅଭିଷେକ କୁମାରଙ୍କ ଦୃଷ୍ଟିଶକ୍ତି ଚାଲିଯାଇଛି। ମାୟାଗଞ୍ଜ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି।

national news
Comments (0)
Add Comment