ବ୍ରହ୍ମପୁରରେ ଅଣ୍ଡରଓ୍ୱାର୍ଲଡ୍ ଡନ୍ ଛୋଟା ରାଜନ୍ ଲିଙ୍କ୍: କ୍ରାଇମବ୍ରାଞ୍ଜର ତଦନ୍ତ ଆରମ୍ଭ

ବ୍ରହ୍ମପୁର: ଅନ୍ତର୍ଜାତୀୟ ଫେକ୍ କଲ୍ ନେଇ ତଦନ୍ତ କରିବ କ୍ରାଇମବ୍ରାଞ୍ଜ । ବ୍ରହ୍ମପୁରରେ ଅଣ୍ଡରୱାର୍ଲଡ୍ ଡନ୍ ଛୋଟା ରାଜନ୍ ଲିଙ୍କ୍ର ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଝଞୠ ଓ ଋଙଡର ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଏକ ସ୍ପେଶାଲ୍ ଟିମ୍ ଛୋଟା ଗୋପାଳପୁର ଯାଇ ଛାନଭିନ୍ କରିଛି। ଏହାଛଡ଼ା ରାଜନ୍ର ସହଯୋଗୀ ସୁରେଶ ପୂଜାରୀଙ୍କ ଫୋନ୍ କଲ ଓ ଜବତ ଚାଇନା ସିମ୍ ବାକ୍ସକୁ ନେଇ ଯାଞ୍ଚ କରୁଛି। ଟିମ୍ରେ ସାଇବର୍ ଏକ୍ସପର୍ଟ ମଧ୍ୟ ଅଛନ୍ତି।ଏହି ମାମଲାରେ ଗିରଫ ମାଷ୍ଟରମାଇଣ୍ଡ ଲକ୍ଷ୍ମୀନାରାୟଣ ସରାଫ୍, ସହଯୋଗୀ ପ୍ରଦୀପ ଚୌଧୁରୀ, ସୁରେଶ ଶତପଥୀ ଏବଂ ସନ୍ତୋଷ ସାହୁଙ୍କୁ ରିମାଣ୍ଡ ଅଣାଯାଇ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଡିଜି ବି.କେ. ଶର୍ମା ଟ୍ୱିଟ୍ କରି ଜଣାଇଛନ୍ତି।
ଏହି ମାମଲାରେ ବ୍ରହ୍ମପୁର ପୋଲିସ ୪ଜଣଙ୍କୁ ଗିରଫ କରିବା ପରେ ଏହି ଗ୍ୟାଙ୍ଗ ସଂପର୍କରେ ରହସ୍ୟ ଫିଟିବାରେ ଲାଗିଛି । ଏହି ଗ୍ୟାଙ୍ଗର ଚେର ଦୁବାଇ ଭାୟା ମୁମ୍ବାଇରୁ ଲମ୍ବିଛି ଓଡିଶା ପର୍ୟ୍ୟନ୍ତ । ଏପ୍ରକାର ଅପରାଧ ଘଟଣା ରାଜ୍ୟରେ ପ୍ରଥମ ବୋଲି ପୁଲିସ କହିଛି। ଏହାକୁ ନେଇ ସମଗ୍ର ବ୍ରହ୍ମପୁର ସହରରେ ଭୟର ବାତାବରଣ । ଗିରଫ ୪ ଜଣ ଯୁବକ ବ୍ରହ୍ମପୁର ଉତ୍କଳ ଆଶ୍ରମ ରୋଡ୍ ସାହୁ ନିବାସରେ ଏସ୍.ୱାର୍ଲଡ୍ ନାମକ ସଂସ୍ଥା ମାଧ୍ୟମରେ ଏଭଳି କାରବାର କରୁଥିଲେ ।
ତେବେ କିଛି ଦିନ ତଳେ ସୁରେଶ ସିମ୍ ବକ୍ସ ବ୍ୟବହାର କରି ମୁମ୍ବାଇର ଜଣେ ବିଲ୍ଡରଙ୍କୁ ୨ କୋଟି ଟଙ୍କା ବଟି ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରୁଥିବା ମୁମ୍ୱାଇ ପୋଲିସ ଓଡ଼ିଶା ଲିଙ୍କ୍ ନେଇ ତଥ୍ୟ ପାଇଥିଲା। ୧୫ ଦିନ ତଳେ ମୁମ୍ୱାଇ ପୋଲିସ ଗଞ୍ଜାମ ପୋଲିସର ସହଯୋଗ ଲୋଡ଼ିଥିଲା। ଗୋପାଳପୁର ପୋଲିସ୍ ଘଟଣାକୁ ଗୁରୁତର ନେଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

Comments (0)
Add Comment