ବ୍ରହ୍ମପୁରର ଗୋଳନ୍ଥରା ରଣ୍ଡାରେ ଗୋମାଂସ ଚାଲାଣ ଅଭିଯୋଗରେ କଣ୍ଟେନରରେ ନିଆଁ ଲଗାଇଲେ ଲୋକେ

ବ୍ରହ୍ମପୁର: ବ୍ରହ୍ମପୁରର ଗୋଳନ୍ଥରା ଛକ ରଣ୍ଢା ନିକଟରେ ଏକ କଣ୍ଟେନରକୁ ନିଆ ଲଗାଇଦେଲେ ଲୋକେ । ଗୋଲନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ନିକଟରେ ଜାତୀୟ ରାଜପଥ-୧୬ରେ ରବିବାର ଆପତ୍ତିଜନକ ଜିନିଷ ଚାଲାଣ ହେଉଥିବାରୁ ଉତ୍ତ୍ୟକ୍ତ ଲୋକେ ଏକ କଣ୍ଟେନରରେ ନିଆଁ ଲଗାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଶନିବାର ରାତିରେ ମହାରାଷ୍ଟ୍ରର ଏକ ଟ୍ରକରେ ଗୋମାଂସ ଚାଲାଣ ହେଉଥିଲା। ଏହି କଣ୍ଟେନରଟି ଗୋଲନ୍ଥରାର ରଣ୍ଢା ନିକଟରେ ଦୁର୍ଘଟଣା ଗସ୍ତ ହେବାରୁ ଅଟକି ଯାଇଥିଲା। ଭୁବନେଶ୍ୱର ପଟରୁ ଟ୍ରକଟି ଆନ୍ଧ୍ରପ୍ରଦେଶ ଅଭିମୁଖେ କଣ୍ଟେନରଟି ଯାଉଥିଲା। ମହାରାଷ୍ଟ୍ରର ଗାଡ଼ି ନମ୍ବରକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଛି।
ସ୍ଥାନୀୟ ଲୋକେ ଗୋମାଂସ ଚାଲାଣ ହେଉଥିବା ବିଷୟରେ ରବିବାର ୧୧ଟା ୩୦ରେ ଅବଗତ ହେବାରୁ କଣ୍ଟେନରରେ ନିଆଁ ଲଗାଇ ଦେଇଥଲେ। ସୂଚନା ମିଳିବା ମାତ୍ରେ ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ଉତ୍ୟକ୍ତ ଲୋକେ କଣ୍ଟେନରରେ ନିଆଁ ଲଗାଇବା ପରେ ଚାଳକ ଫେରାର ଥିବା ଜଣାପଡ଼ିଛି।

Comments (0)
Add Comment