ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଘର ଉପରକୁ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଗୋବର ମାଡ଼

ଭୁବନେଶ୍ବର : ବିଭିନ୍ନ ପ୍ରସଙ୍ଗ ନେଇ ବାରମ୍ବାର ନବୀନ ନିବାସ ଘେରିବାକୁ ଉଦ୍ୟମ କରୁଥିବା ବିଜେପି କର୍ମୀ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବଙ୍କ ଘରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । କିଛି ସମୟ ପାଇଁ ସେଠାରେ ପୋଲିସ ଓ ବିଜେପି କର୍ମୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା । ଆଜି ରାଜଧାନୀରେ ଏଭଳି ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଆଇଏଏସ ଅଧିକାରୀ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରକୁଆଜି ପୂର୍ବାହ୍ନରେ ଆକ୍ରମଣ ହୋଇଛି। ବିଶେଷ କରି କେତେକ ବିଜେପି ଯୁବମୋର୍ଚ୍ଚାର କେତେକ କର୍ମୀ ଶ୍ରୀ ପାଣ୍ଡିଆନଙ୍କ ଘର ଉପରକୁ ଗୋବର ଓ ଢ଼େଲା ଫିଙ୍ଗିଥିବା ଜଣାପଡ଼ିଛି।ଏହାକୁ ନେଇ ପୁଲିସ- ବିଜେପି ଯୁବମୋର୍ଚ୍ଚାର କର୍ମୀଙ୍କ ମଧ୍ୟରେ ପାଣ୍ଡିଆନଙ୍କ ବାସଭବନ ବାହାରେ ଧସ୍ତାଧସ୍ତି ହୋଇଛନ୍ତି। ଘର ଭିତରକୁ ପଶିବା ପାଇଁ ଉଦ୍ୟମ କରୁଥିବା ବିଜେପି କର୍ମୀଙ୍କୁ ପୁଲିସ ବାଧା ଦେଇଛି। ତେବେ କେତେକ ବିଜେପି କର୍ମୀ ଶ୍ରୀ ପାଣ୍ଡିଆନଙ୍କ ବାସଭବନ ପରିସରରେ ଥିବା ଫୁଲକୁଣ୍ଡକୁ ଭାଙ୍ଗିବା ସହିତ ସେଠାରେ ଥିବା ମୋଟସାଇାକେଳକୁ ଭଙ୍ଗାରୁଜା କରିଛନ୍ତି।
ଆଜି ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ସରକାରୀ ଅଧିକାରୀ ହୋଇ ନିର୍ଦ୍ଦିଷ୍ଟ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ଓଡ଼ିଶା ସ୍ୱାର୍ଥକୁ ଅଣଦେଖା କରି ଦଳୀୟ କାର୍ଯ୍ୟ କରୁଥିବା ଶ୍ରୀ ପାଣ୍ଡିଆନ ଓଡ଼ିଶା ଛାଡ଼ିବା ସ୍ଲୋଗାନ ଦେଇ ୪୦ରୁ ଊର୍ଧ୍ୱ ବିଜେପି ଯୁବମୋର୍ଚ୍ଚା କର୍ମୀତାଙ୍କ ଘର ଆଡ଼କୁ ମାଡ଼ି ଯାଇଥିଲେ। ଶ୍ରୀ ପାଣ୍ଡିଆନଙ୍କ ସରକାରୀ ବାସଭବନର ଗେଟ୍‌ ଉପରକୁ ଗୋବର ମାଡ଼ କରିଥିଲେ। ଖବର ପାଇ ପୁଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲା। ଘଟଣାରେ ପୋଲିସ ୪ଜଣ ବିଜେପି କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments (0)
Add Comment