ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ବିଜେପି ଯୁବମୋର୍ଚ୍ଚା ଧସେଇ ପଶିବାଘଟଣାରେ ସାମ୍ନାକୁ ଆସିଛି ଆଇଏଏସ ଅଫିସର ସଂଘ। ଏନେଇ ଆଇଏଏସ ସଂଘ ପକ୍ଷରୁ ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ବପୂଣ୍ଣ ବୈଠକ।ବୈଠକରେ ଗତକାଲିର ଘଟଣାକୁ କଡା ଭାଷାରେ ନିନ୍ଦା କରାଯାଇଛି । କେବଳ ଏହି ଘଟଣା ନୁହେଁ ବିଭିନ୍ନ ସ୍ଥାନରେ ତହସିଲଦାର, ଆର୍ଟିଓ ସରକାରୀ ଅଧିକାରୀଙ୍କୁ ଉପରେ ଆକ୍ରମଣ ଘଟଣାର ଆଲୋଚନା ହୋଇଛି ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି ବୋଲି କହିଛି ସଂଘ । ମୁଖ୍ୟମନ୍ତ୍ରୀଙ୍କ ବକ୍ତିଗତ ସଚିବଙ୍କ ଘରେ ପସି ଭଙ୍ଗାରୁଜ୍ଜା କରିବା ଘଟଣାରେ ଆଇଏଏସସଂଘ,ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ମୁଖ୍ୟ ଶାସନ ସଚିବଙ୍କୁ ଭେଟିବୁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ପାଇଁ ଦାବି କରିବ । ଏହା ସହ ସରକାରୀ ଅଧିକାରୀମାନଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ଦିଆଯିବା ଦରକାର ବୋଲି କହିଛନ୍ତି ଆଇଏଏସ୍ ସଂଘ ସମ୍ପାଦକ ବିଶାଲ ଦେବ । ଏହାସହ ସଂଘ ଶ୍ରୀ ପାଣ୍ଡିଆନଙ୍କ ପରିବାର ସହ ଛିଡା ହୋଇଛି ବୋଲି ବିଶାଲ ଦେବ କହିଛନ୍ତି ।
ସେପଟେ ଘଟଣାକୁ ନେଇ ତୀବ୍ର ହୋଇଛି ବୟାନବାଜି । ବରିଷ୍ଠ ବିଜେଡି ନେତା ଦାମ ରାଉତ ବିଜେପିକୁ ଟାର୍ଗେଟ କରିବା ସହିତ ସରକାରଙ୍କୁ ନୈତିକତାର ପାଠ ପଢ଼ାଇଛନ୍ତି । ବିଜେପି ଏକ ରାଜନୈତିକ ଦଳ ହୋଇଥିଲେ ଏମିତି କରିନଥାନ୍ତା ବୋଲି କହିଛନ୍ତି । ଏହାର ଜବାବରେ ବିଜେପି କହିଛି ଏକଥା ବିଜେପିକୁ ନକହି ମୁଖ୍ୟମନ୍ତ୍ରୀଙ୍କ କାନରେ ଦାମ ବାବୁ କହୁହନ୍ତୁ । ଏପଟେ ଦାମ କଥାକୁ କଂଗ୍ରେସର ବରିଷ୍ଠ ନେତା ସମର୍ଥନ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଜଣେ ସରକାରୀ ଅଧିକାରୀଙ୍କ ଘରେ ଆଟାକ କରିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଉ ବିଜେପି