ନୂଆଦିଲ୍ଲୀ:ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୯ ନୂଆ ମୁହଁ । ୨ ଅବସରପ୍ରାପ୍ତ IAS, ଜଣେ IPS ଓ ଜଣେ IFS ଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପଦ । ଅର୍ଥାତ୍ ପୂର୍ବତନ ପ୍ରଶାସକଙ୍କ ଉପରେ ମୋଦି ବେଶୀ ଭରସା କରିଛନ୍ତି । ସମସ୍ତେ ବିଜେପିର । ଅର୍ଥତ୍ ଏନଡିଏର କୌଣସି ସହଯୋଗୀ ଦଳକୁ ଆଜିର ସଂପ୍ରସାରଣରେ ସାମିଲ କରାଯାଇନି ।
ଶିବ ପ୍ରତାପ ଶୁକ୍ଳା।ମୋଦିଙ୍କ ମନ୍ତ୍ରିମଣ୍ଡଳରେ ନୂଆ ମୁହଁ । ଉତ୍ତର ପ୍ରଦେଶରୁ ରାଜ୍ୟସାଭକୁ ନିର୍ବାଚିତ । ୪ ଥରର ବିଧାୟକ । ଉତ୍ତର ପ୍ରଦେଶ ସରକାରରେ ତିନି ଥର ମନ୍ତ୍ରୀ ଥିଲେ ଶିବ ପ୍ରତାପ । ଅଶ୍ବିନୀ କୁମାର ଚୌବେ । ରାଷ୍ଟ୍ରମନ୍ତ୍ରୀ । ବିହାରର ବକ୍ସରରୁ ସାଂସଦ । ସଂସଦୀୟ ଶକ୍ତି ବ୍ୟାପାର ଷ୍ଟାଣ୍ଡିଂ କମିଟିର ସଦସ୍ୟ । ବିହାରରେ ୫ ଥର ଲଗାତର ବିଧାୟକ । ରାଜ୍ୟ ସରକାରରେ ୮ ବର୍ଷ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ଅଶ୍ବନୀ କୁମାର । ବୀରେନ୍ଦ୍ର କୁମାର । ରାଷ୍ଟ୍ରମନ୍ତ୍ରୀ । ମଧ୍ୟପ୍ରଦେଶ ଟିକମଗଡ଼ର ସାଂସଦ । ୬ ଥରର ସାଂସଦ । ବିଭିନ୍ନ ସଂସଦୀୟ କମିଟିରେ ସଦସ୍ୟ ରହି ଆସିଛନ୍ତି ବୀରେନ୍ଦ୍ର କୁମାର । ଅନନ୍ତ କୁମାର ହେଗଡ଼େ । ନୂଆ ରାଷ୍ଟ୍ରମନ୍ତ୍ରୀ । କର୍ଣ୍ଣାଟକ ଉତ୍ତର କନ୍ନଡ଼ର ସାଂସଦ । ଦକ୍ଷ ସଂଗଠକ ଭାବେ ଜଣାଶୁଣା। ୫ମ ଥର ପାଇଁ ଲୋକସଭାକୁ ପ୍ରତିନିଧିତ୍ବ କରୁଛନ୍ତି ଅନନ୍ତ କୁମାର ହେଗଡେ । ରାଜ କୁମାର ସିଂହ । ନୂଆ ରାଷ୍ଟ୍ରମନ୍ତ୍ରୀ । ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ । ପୂର୍ବତନ ସ୍ବରାଷ୍ଟ୍ର ସଚିବ । ବିହାରର ଆରା ରୁ ସାଂସଦ । ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅଛନ୍ତି ରାଜ କୁମାର ସିଂହ । ହରଦୀପ ସିଂହ ପୁରୀ । ରାଷ୍ଟ୍ରମନ୍ତ୍ରୀ । ୧୯୭୪ ବ୍ୟାଚର ଆଇଏଫଏସ୍ ଅଫିସର ହରଦୀପଙ୍କର ବିଦେଶ ନୀତି ଏବଂ ଜାତୀୟ ନିରାପତ୍ତା ଉପରେ ବେଶ୍ ଅଭିଜ୍ଞତା ରହିଛି । ଗଜେନ୍ଦ୍ର ସିଂହ ଶେଖାଓ୍ଵତ ।ରାଷ୍ଟ୍ରମନ୍ତ୍ରୀ । ରାଜସ୍ଥାନ ଯୋଧପୁରର ସାଂସଦ । କ୍ରୀଡ଼ା କ୍ଷେତ୍ରରେ ବିଶେଷ ରୁଚି ରଖନ୍ତି ଗଜେନ୍ଦ୍ର ସିଂହ ଶେଖାଓ୍ବତ୍ । ସତ୍ୟପାଲ ସିଂହ । ରାଷ୍ଟ୍ରମନ୍ତ୍ରୀ । ଉତ୍ତରପ୍ରଦେଶର ବାଗପତରୁ ଲୋକସଭାକୁ ନିର୍ବାଚିତ । ମହାରାଷ୍ଟ୍ର କ୍ୟାଡରର ପୂର୍ବତନ ଆଇପିଏସ୍ ଅଧିକାରୀ ସତ୍ୟପାଲ ସିଂହ ଗୃହ ବ୍ୟାପାର ସଂସଦୀୟ ଷ୍ଟାଣ୍ଡିଂ କମିଟି ସଦସ୍ୟ ଅଛନ୍ତି। ସେ ମୁମ୍ବାଇ ପୁଲିସ କମିସନର ଥିଲେ। ଅଲଫନ୍ସୋ କନ୍ନନଥନମ୍ । ରାଷ୍ଟ୍ରମନ୍ତ୍ରୀ । ୧୯୭୯ ବ୍ୟାଚ୍ ର କେରଳ କ୍ୟାଡର ଆଇଏଏସ୍ ଅଫିସର ଏ. କନ୍ନଥନମ ଜଣେ ଦକ୍ଷ ପ୍ରଶାସକ ଭାବେ ଜଣାଶୁଣା ।