ଯାଜପୁର ଧର୍ମଶାଳାରେ ହାଜତ ମୃତ୍ୟୁ ଅଭିଯୋଗ : ତନାଘନା ଆରମ୍ଭ

ସାଲେପୁର : ହାଜତ ମୃତ୍ୟୁ ଅଭିଯୋଗ । ସାଲେପୁର କୁକୁଡାଙ୍ଗ ଅଞ୍ଚଳର ଗୟାଧର ତରେଇଙ୍କୁ ଯାଜପୁର ଧର୍ମଶାଳା ପୋଲିସ ଥାନାକୁ ଉଠାଇ ଆଣିଥିଲା । ତେବେ, ମାତ୍ର କିଛି ଘଣ୍ଟା ଭିତରେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଗୟାଧରଙ୍କ ଦେହରେ ଥିବା ମାଡ ଦାଗ ତିଆରି କରିଛି ସନ୍ଦେହ । ଘଟଣା ଜଣା ପଡିବା ପରେ ଆରମ୍ଭ ହୋଇଛି ତନାଘନା । ଖାକିରେ ଲାଗିଛି ଦାଗ । ପୋଲିସ ବିରୋଧରେ, ଅଭିଯୁକ୍ତକୁ ହାଜତରେ ପିଟି ପିଟି ମାରିଦେବା ଅଭିଯୋଗ । ଯାଜପୁର ଜାରକାରେ ହୋଇଥିବା ବୋମାମାଡ ଘଟଣାରେ, ଅଭିଯୁକ୍ତ ଗୟାଧର ତରେଇଙ୍କୁ ଗତକାଲି ଥାନାକୁ ଆଣିଥିଲା ଧର୍ମଶାଳା ପୋଲିସ । ତେବେ କିଛି ଘଣ୍ଟା ଭିତରେ ଗୟାଧରଙ୍କୁ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ହିଁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୟାଧରଙ୍କ ଦେହସାରା ରହିଛି ଦାଗ, ଯାହା ସୃଷ୍ଟି କରିଛି ସନ୍ଦେହ । ହାଜତରେ ପୋଲିସ ଅତି ନିର୍ଦ୍ଦୟ ଭାବରେ ପିଟିବା ଫଳରେ ଗୟାଧରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।ପୋଲିସ ବିରୋଧରେ ଗୟାଧରଙ୍କ ମୃତ୍ୟୁ ନେଇ ପରିବାର ଲୋକଙ୍କୁ ବି ଜଣାଇନଥିଲା ପୋଲିସ । ଅନ୍ୟ ସୂତ୍ରରୁ ମିଳିଥିଲା ଖବର ।ଗୟାଧରଙ୍କ ପରିବାର ଲୋକଙ୍କ କହିବା କଥା ସୁସ୍ଥ ଅବସ୍ଥାରେ ପୋଲିସ ଘରୁ ନେଇଥିଲା । ହେଲେ ମାତ୍ର କିଛି ଘଣ୍ଟା ଭିତରେ ମିଳିଲା ମୃତ୍ୟୁ ଖବର । ଅଭିଯୁକ୍ତ ପୋଲିସ ବିରୋଧରେ ଉପଯୁକ୍ତ କାର୍ଯାନୁଷ୍ଠାନ ପାଇଁ ଦାବି କରିଛି ପରିବାର । ଏପଟେ ଘଟଣା ସାମ୍ନାକୁ ଆସିଯିବା ପରେ ଏବେ ଆରମ୍ଭ ହୋଇଛି ତନାଘନା । ପୁରା ଘଟଣାରେ ତଦନ୍ତ ପାଇଁ ଅତିରିକ୍ତ ଏସ୍ପିଙ୍କୁ ଦାୟିତ୍ବ ଦିଆଯାଇଛି । ହାଜତ ମୃତ୍ୟୁ ନେଇ ଅଭିଯୋଗ ସଂଗୀନ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ପାଇଁ ଶବ ବ୍ୟବଚ୍ଛେଦକୁ ଅପେକ୍ଷା କରିଛି ପୋଲିସ ।

Comments (0)
Add Comment