ଯୁଦ୍ଧ ମଧ୍ୟରେ ଭାରତକୁ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ୍‌ ପଠାଇଲା ଋଷ

ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧ ଜାରିରହିଥିବା ବେଳେ ଭାରତକୁ ପୁଣି ସୈନ୍ୟ ଉପକରଣ ଯୋଗାଇଦେଇଛି ଋଷିଆ । ଭାରତକୁ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ୍‌ର ଆଉ ଏକ ସେଟ୍‌ ପଠାଇଛି ଋଷ । ଗୋଟିଏ ପଟେ ଯୁଦ୍ଧ ଜାରି ରହିଛି । ଅନ୍ୟପଟେ ଭାରତକୁ ଅତ୍ୟାଧୁନିକ ମିସାଇଲ ସିଷ୍ଟମ ପଠାଇଚନ୍ତି ପୁଟିନ୍‌ ।

ବିନା କୌଣସି ଡେରି କିମ୍ବା ସମସ୍ୟାରେ ଭାରତରେ ଆସି ପହଞ୍ଚିଛି ଯୁଦ୍ଧ ଉପକରଣ । ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ପୂର୍ବରୁ ମଧ୍ୟ ଋଷ ଭାରତକୁ ବିଭିନ୍ନ ଯୁଦ୍ଧ ଉପକରଣ ଯୋଗାଇଦେଇଛି । ଏବେ ଯୁଦ୍ଧ ମଧ୍ୟରେ ଭାରତକୁ ସହଯୋଗ କରିବା ଋଷର ପ୍ରକୃତ ବନ୍ଦୁତାକୁ ପୁଣି ପ୍ରମାଣିତ କରିଛି । ଏସ୍-୪୦୦ ଆସିବା ପରେ ଭାରତର ସୈନ୍ୟ କ୍ଷମତା ଆହୁରି ମଜବୁତ ହେବ । ଭାରତ ପାଇଁ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ୍‌ ସବୁଠାରୁ ବଡ ପ୍ରତିରକ୍ଷା ଡିଲ୍‌ ମଧ୍ୟରୁ ଅନ୍ୟତମ । ସବୁଠାରୁ ବଡ କଥା ହେଉଛି ଯେଉଁ ସମୟ ମଧ୍ୟରେ ଯୁଦ୍ଧ ଉପକରଣ ପଠାଇବା ପାଇଁ ଡିଲ୍‌ ହୋଇଥିଲା ତାହାର ଢେର୍‌ ପୂର୍ବରୁ ଭାରତକୁ ଯୁଦ୍ଧାସ୍ତ୍ର ପଠାଇଛି ଋଷିଆ ।

ୟୁକ୍ରେନ୍‌ ସହ ଯୁଦ୍ଧ ଜାରି ରହିଥିଲେ ସୁଦ୍ଧା ନିଜ ପ୍ରତିଶୃତି ପାଳନ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଏକ୍ସପର୍ଟ ମାନେ ମଧ୍ୟ ପୁଟିନଙ୍କୁ ଖୁବ ପ୍ରଶଂସା କରିଛନ୍ତି । ତେବେ କିଛିଦିନ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ୍‌ ଆସିଥିଲା । ଯାହାକୁ କି ସୀମାରେ ମୁତୟନ କରିସାରିଛି ଭାରତ । ଏବେ ଦ୍ବିତୀୟ ପର୍ଯ୍ୟାୟ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ୍‌କୁ ମଧ୍ୟ ମୁତୟନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

national news
Comments (0)
Add Comment