କଟକ:ଭାଇରାଲ୍ ହେଲା ରାଗିଂ ଭିଡିଓ । ସାମ୍ନାକୁ ଆସିଲା ରାଗିଂ ଘଟଣା । କଲେଜରେ ରାଗିଂ ବ୍ୟାନ୍ କରିଛନ୍ତି ସରକାର । କିନ୍ତୁ ଚାଲିଛି ରାଗିଂ । ଜୁନିୟର ଛାତ୍ରଙ୍କୁ ରାଗିଂ କରୁଛନ୍ତି ସିନିୟର ଛାତ୍ର । ଏହା ରେଭେନସା ବିଶ୍ବବିଦ୍ୟାଳୟ ହଷ୍ଟେଲର ଦୃଶ୍ୟ ବୋଲି ଚର୍ଚ୍ଚା ହେଉଛି । ଜଣେ ଛାତ୍ରଙ୍କୁ ଆଣ୍ଠେଇ ଦେଇ ଦିଆଯାଉଛି ନିର୍ଯାତନା । ଛାତ୍ର ଆଣ୍ଠେଇ ଥିବା ବେଳେ ପଛରୁ ଆସି ଆଉ ଜଣେ ଗୋଇଠା ମାରୁଛି । ଏହି ଭିଡିଓ ଏବେ ଭାଇରାଲ ହୋଇଛି । ତେବେ ସଂପୃକ୍ତ ଛାତ୍ରଙ୍କ ଏତଲା ଆଧାରରେ କଟକ ମାଲଗୋଦାମ ଥାନାରେ ଏତଲା ରୁଜୁ ହୋଇଛି ।