ପୁରୀ : ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ନେପାଳ ନରେଶ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା । ପରଂପରା ଅନୁଯାୟୀ ରତ୍ନ ସିଂହାସନରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଶ୍ରୀଜିଉ ଆର୍ଶିବାଦ ନେଇଛନ୍ତି । ଏହାସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବସ୍ତ୍ର, ମୁଦ୍ରା, ସ୍ୱର୍ଣ୍ଣ ଅଳଙ୍କାର ସହ ୩ଟି ଶାଳଗ୍ରାମ ଭେଟି ଦେଇଥିଲେ ନେପାଳ ରାଜା ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନେପାଳ ନରେଶ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା । ପରଂପରା ଅନୁଯାୟୀ ନେପାଳ ନରେଶ ଦକ୍ଷିଣ ଦ୍ୱାରରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳ, ଅତିରିକ୍ତ ଏସପି ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ପଦାଧିକାରୀ ଓ ଲାଲ ମେ।ହରିଆ ପଣ୍ଡା ତାଙ୍କୁ ସ୍ୱାଗତ କରିବା ସହ ପାଛେ।ଟି ନେଇଥିଲେ ଶ୍ରୀମନ୍ଦିରକୁ । ଦକ୍ଷିଣଦ୍ଵାରରେ ପୂର୍ବାହ୍ନ ୧୧ଟା ବେଳେ ନରେଶଙ୍କ ପହଞ୍ଚି ଥିଲେ। ସେଠାରେ ତାଙ୍କୁ ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ନେପାଳ ପଣ୍ଡା(ସର୍ବାଧିକ ୪) ସ୍ୱାଗତ କରିଥିଲେ। ଗଜପତି ମହାରାଜା ପୂର୍ବରୁ ଯାଇ ଜଗମୋହନର ଭିତରକାଠ ନିକଟରେ ପ୍ରତୀକ୍ଷା କରିଥିଲେ। ସେଠାରେ ସେ ନରେଶଙ୍କୁ ସ୍ୱାଗତ କରିଥିଲେ। ପୂର୍ବାହ୍ନ ୧୧ଟା ୧୦ ମିନିଟରେ ନେପାଳ ନରେଶ ବଟ ଗଣେଶଙ୍କ ନିକଟରେ ପହଞ୍ଚି ଥିଲେ। ସେଠାରେ ପୂଜା କରିବା ପରେ ବାଟମଙ୍ଗଳାଙ୍କୁ ଦର୍ଶନ କରିଥିଲେ। ଏହା ପରେ ୧୧ଟା ୨୦ରେ ପଣ୍ଡାଦ୍ଵାର ଦେଇ ନାଟମଣ୍ଡପ ପ୍ରବେଶ କରିଥିଲେ। ସେଠାରେ ଗରୁଡ଼ସ୍ତମ୍ଭ ଦର୍ଶନ କରି ପ୍ରଦକ୍ଷିଣ କରିବା ପରେ ଜଗମୋହନ ଜୟବିଜୟ ଦ୍ଵାର ଦେଇ ଭିତରକାଠ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଗଜପତି ମହାରାଜା ତାଙ୍କୁ ଗର୍ଭଗୃହକୁ ପାଛୋଟି ନେଇଥିଲେ। ତାଙ୍କ ସହିତ ୪ ନେପାଳ ପଣ୍ଡା, ସ୍ୱୀକୃତିପ୍ରାପ୍ତ ଅଧିକାରୀ, ଲାଲମୋହରିଆ ପଣ୍ଡା ଗର୍ଭଗୃହରେ ପ୍ରବେଶ କରିଥିଲେ।
ନରେଶ ରତ୍ନ ସିଂହାସନ ଚଢ଼ିବା ପରେ ଲାଲ ମୋହରିଆ ପଣ୍ଡା ତାଙ୍କୁ ସମସ୍ତ ପ୍ରକାରର ପୂଜା ସାମଗ୍ରୀ ବଢ଼ାଇ ଥିଲେ। ସେଠାରେ ସମସ୍ତ ପୂଜା ସହ ନୈବେଦ୍ୟ ଅର୍ପଣ ପରେ ନରେଶ ୧୨ଟା ବେଳେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେଠାରୁ ଫେରି ନୃସିଂହ ମନ୍ଦିର ଦର୍ଶନ କରିଥିଲେ। ମା’ ବିମଳା ମନ୍ଦିରରେ ସେ ମଧ୍ୟ ପୂଜା କରିଥିଲେ। ଏହା ପରେ ମା’ ଲକ୍ଷ୍ମୀ ମନ୍ଦିରରେ ପୂଜା ଅର୍ପଣ କରିଥିଲେ। ଅପରାହ୍ନ ୧୨ଟା ୧୫ ମିନିଟରେ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ଶେଷରେ ସେ ପୁଣି ଥରେ ବଟ ଗଣେଶଙ୍କ ନିକଟରେ ଦର୍ଶନ ସାରି ଦକ୍ଷିଣଦ୍ଵାର ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ।
ନେପାଳ ନରେଶଙ୍କ ଏହି ସେବା ନୀତି ପରେ ସେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବସ୍ତ୍ର, ମୁଦ୍ରା, ସ୍ୱର୍ଣ୍ଣ ଅଳଙ୍କାର ସହ ୩ଟି ଶାଳଗ୍ରାମ ଭେଟି ଦେଇଥିଲେ । ପରେ ସେ ମୁକ୍ତିମଣ୍ଡପରେ ଦର୍ଶନ ସହ ବିମଳା, ମହାଲକ୍ଷ୍ମୀ ଓ ନୃସିଂହ ମନ୍ଦିର ଦର୍ଶନ କରିଥିଲେ । ନରେଶଙ୍କ ଶ୍ରୀମନ୍ଦିର ଦର୍ଶନକୁ ଦୃଷ୍ଟିରେ ରଖି ସକାଳ ୯.୩୦ ରୁ ଶ୍ରୀମନ୍ଦିରକୁ ଶେ।ଧ କରାଯିବା ସହ ପ୍ରାୟ ୩ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଥିଲା ।