ଢେଙ୍କାନାଳ: ସାଙ୍ଗ ବାହାଘର ସାରି ଫେରୁଥିବାବେଳେ ଦୁର୍ଘଟଣାରେ ୨ ସାଙ୍ଗଙ୍କ ଜୀବନ ଯାଇଛି । ମୋଟଙ୍ଗା ଥାନା ଅନ୍ତର୍ଗତ ଜୀବନଖୋଲ ଛକ ନିକଟରେ ଏକ ବୋଲରୋକୁ ଆଜି ଭୋର ପ୍ରାୟ ସାଢେ ୫ଟାରେ ଏକ ଟ୍ରକ ଧକ୍କା ଦେଇ ପଳାଇଯାଇଥିବା ଜଣାପଡିଛି । ଫଳରେ ବୋଲରୋରେ ଚାଳକ ସମେତ ଥିବା ୯ଜଣଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବଳେ ୭ଜଣଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ଦୁଇଜଣ ଢେଙ୍କାନାଳ ମୋଟଙ୍ଗାର ପବିତ୍ର ମୋହନ ଦାସ ଓ ରେଙ୍ଗାଳି ରବେଣାଗୁଣ୍ଡି ଗାଁର ସତ୍ୟନାରାୟଣ ମିଶ୍ର ବୋଲି ଜଣାପଡିଛି । ତବେ ବୋଲରୋ ଚାଳକ ସମେତ ୭ଗୁରୁତରଙ୍କ ମଧ୍ୟରୁ ଆହୁରି 3ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ମୃତାହତମାନେ ସମସ୍ତେ ଅନୁଗୁଳ ଜିନ୍ଦଲ କାରଖାନାର ପାଓବାର ମେକର ଇଲେକ୍ଟ୍ରିକାଲ ଷ୍ଟାଫ୍ ବୋଲି ଜଣାପଡିଛି । ସେମାନେ ଏହି ବୋଲରୋରେ କେନ୍ଦ୍ରାପଡା ଏକ ସାଙ୍ଗ ବାହାଘର ବରଯାତ୍ରୀ ଯାଇ ଅନୁଗୁଳ ଫେରୁଥିବା ବଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ବୋଲି ପ୍ରକାଶ କରିଛି ଉଦ୍ଧାର କରିଥିବା ମୋଟଙ୍ଗା ପୁଲିସ । ଏନ୍ଏଚ୍-୫୫ର ଢେଙ୍କାନାଳ ଜିଲ୍ଲା ନାଧରାଛକରେ ବୋଲରୋ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁର ଏକ ସପ୍ତାହ ନଯାଉଣୁ ଆଜି ପୁଣି ଏହି ଦୁର୍ଘଟଣା ଘଟିଛି ।