ଭୁବନେଶ୍ୱର: ପୁରୀ ଗୁଣ୍ଡିଚା ମନ୍ଦିରରେ ନବମୀ ଦର୍ଶନ ବେଳେ ମହିଲାଙ୍କୁ ପୋଲିସ ଅସଦାଚରଣ ଘଟଣାରେ କଡା ଆଭିମୁଖ୍ୟ ରଖିଛି ବିଜେପି । ଦୋଷୀ ପୋଲିସଙ୍କ ବିରୋଧରେ ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ପୁରୀ ଏସପିଙ୍କୁ ଅପସାରଣ କରିବାକୁ ଦାବି କରିଛି ମହିଲାମୋର୍ଚା । ଯଦି କାଯ୍ୟାନୁଷ୍ଟନ ନହୁଏ ତେବେ ମହିଳା ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କ କାଯ୍ୟକୁ ବିରୋଧ କରିବେ ବୋଲି ଚେତାବନି ଦେଇଛି ମହିଲା ମୋର୍ଚ୍ଚା । ଏନେଇ ଦଳର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରେସମିଟରେ ପତିକ୍ରିୟା ରଖିଛନ୍ତି ।
ପୁରୀଧାମରେ ରଥଯାତ୍ରା ଭଳି ପବିତ୍ର ପରିବେଶରେ ବି ସୁରକ୍ଷାକାରୀ ପୋଲିସ ମହିଳା ଓ ଝିଅମାନଙ୍କ ଉପରେ ପାପ ନଜର ପକାଇଛି । ମହିଳାଙ୍କ ଅଙ୍ଗ ସ୍ପର୍ଶ ଓ ଅସଦାଚରଣ ବେଳେ ଅନ୍ୟ ପୋଲିସମାନେ ସଂପୃକ୍ତ ପୋଲିସର ବର୍ବରତା ଦେଖିବା ପରେ ବି କୌଣସି ପଦକ୍ଷେପ ନେଇନାହାଁନ୍ତି । ସାହସିକତାର ସହ ମହିଳା ଜଣକ ସଂପୃକ୍ତ ପାପୀ ପୋଲିସକୁ ଚାପୁଡ଼ା ମାରି ସେଠାରୁ ଖସି ଆସିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ଉକ୍ତ ମହିଳା ଜଣକ ଅସଦାଚରଣର ଶିକାର ହେବା ପରେ ଭୟ ଓ ଦୁଶ୍ଚିନ୍ତାରେ ଫେରି ଆସିଥିଲେ । ଏହାପରେ ପୀଡ଼ିତା ଜଣକ ସୋସିଆଲ ମିଡିଆରେ ଏହି ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରି ଫୋଷ୍ଟ କରିଥିଲେ । ଏହି ଘଟଣା କୋଟି କୋଟି ଲୋକଙ୍କ ନଜରକୁ ଆସିବା ପରେ ବି ଦୋଷୀ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହିଁ । ବୋଲି କହିଛି ବିଜେପି ।
-ରଥଯାତ୍ରା ଭଳି ପବିତ୍ର ପରିବେଶରେ ବି ସୁରକ୍ଷାକାରୀ ପୋଲିସର ପାପ ନଜର
-ସନ୍ଧ୍ୟା ଆଳତୀରେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ମହିଳାଙ୍କୁ ସ୍ପର୍ଶ ଓ ଅସଦାଚରଣ
-ଦର୍ଶନ ନୋହିଲା, କିନ୍ତୁ ମହିଳାଙ୍କ କଡ଼ା ଚାପୁଡ଼ା ପୋଲିସକୁ ଘାଇଲା କଲା
-ଲିଖିତ ଅଭିଯୋଗ ବିନା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବନାହିଁ : ଏସ୍ପି
-ପୁରୀ ଏସ୍ପି ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ : ମହିଳା ମୋର୍ଚ୍ଚା
-ସୋସିଆଲ ମିଡିଆରେ କୋଟି କୋଟି ଲୋକଙ୍କ ନଜରକୁ ଆସିବା ପରେ ବି ଦୋଷୀ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହିଁ
-ପୋଲିସର ଦୋଷ ପୋଲିସ ଦେଖିଛି; ଏହା ଜାଣିବା ପରେ ବି ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା
-ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଲଜ୍ଜା ନାହିଁ କି ମହିଳାଙ୍କ ପ୍ରତି ସହାନୁଭୂତି ନାହିଁ
-ବଡ଼ଦାଣ୍ଡରେ ମହିଳାଙ୍କୁ ଅସଦାଚରଣ କରିଥିବା ପୋଲିସକୁ ଗିରଫ ନ କଲେ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ
ପୁରୀ ଏସ୍ପି କହୁଛନ୍ତି, ଲିଖିତ ଅଭିଯୋଗ ବିନା ଦୋଷୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପରିଡ଼ା । ସେ କହିଛନ୍ତି, ପୁରୀ ଏସ୍ପି ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ । ଶ୍ରୀମତୀ ପରିଡ଼ା ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରି କହିଛନ୍ତି, ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଲଜ୍ଜା ନାହିଁ କି ମହିଳାଙ୍କ ପ୍ରତି ସହାନୁଭୂତି ନାହିଁ । ପୋଲସିର ଦୋଷ ପୋଲିସ ଦେଖିଛି; ଏହା ଜାଣିବା ପରେ ବି ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ରାତି ପାହିବା ବେଳକୁ ମୁଖ୍ୟମନ୍ତ୍ରୀ ଯଦି ଅପରାଧୀ ପୋଲିସ ଏବଂ ପୁରୀ ଏସ୍ପିଙ୍କ ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବ ଏବଂ ମୁଖ୍ୟମନ୍ତ୍ରୀ ଓ ଗୃହବିଭାଗର ନିଷ୍କ୍ରିୟତା ବିରୋଧରେ ଜୋର୍ଦାର ଆନେ୍ଦାଳନ ହେବ ।