ମୁମ୍ବାଇ : ସରିଲା ଆଇପିଏଲ୍ -୧୧ ପାଇଁ ଅକ୍ସନ୍ । ଶେଷ ଦିନରେ ସର୍ବାଧିକ ଦରରେ ବିକ୍ରି ହୋଇଛନ୍ତି ଜୟଦେବ ଉନାଦକତ୍ । ତାଙ୍କୁ ରାଜସ୍ଥାନ ରୟାଲସ୍ ୧୧.୫ କୋଟିରେ କିଣିଛି । ସେହିଭଳି ଗତକାଲି ବିକ୍ରି ହୋଇପାରିନଥିବା ଷ୍ଟାର ଖେଳାଳି ମୁରଲୀ ବିଜୟ, ମିଚେଲ୍ ଜନ୍ସନ ଓ କ୍ରିସ୍ ଗେଲ୍ ଆଜି ୨ କୋଟି ଟଙ୍କା ଲେଖାଏଁରେ ବିକ୍ରି ହୋଇଛନ୍ତି ।ସେହିଭଳି ଦକ୍ଷିଣ ଆଫ୍ରାକାର ୟଙ୍ଗ ଟ୍ୟାଲେଣ୍ଟେଡ୍ ଖେଳାଳି ଲୁଙ୍ଗି ନେଗେଡିଙ୍କୁ ଚେନ୍ନାଇ ୫୦ ଲକ୍ଷ ଟଙ୍କାରେ କିଣି ନେଇଛି । ତେବେ ଡେଲ୍ ଷ୍ଟେନ୍, ଲ୍ୟୁକୋ ରୋଙ୍କୁ , କୋରେ ଆଣ୍ଡରସନ୍ଙ୍କ ଭଳି ଖେଳାଳିଙ୍କୁ କୌଣସି ଦଳ କିଣି ନାହାନ୍ତି ।…
ଶେଷ ହୋଇଛି ଆଇପିଏଲ୍ -୧୧ର ନିଲାମୀ ।ଏଥର ଆଇପିଏଲ୍ ଅକ୍କନ୍ରେ ସବୁଠାରୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି ବେନ୍ ଷ୍ଟୋକ୍ସ । ତାଙ୍କୁ ରାଜସ୍ଥାନ ରୟାଲ୍ ୧୨ .୫ କୋଟି ଟଙ୍କାରେ କିଣିଛି । ପ୍ରଥମ ଦିନରେ ତାଙ୍କ ପାଇଁ ସର୍ବାଧିକ ବୋଲି ଲାଗିଥିଲା । ତେବେ ଆଜି ଶେଷ ଦିନରେ ସବୁଠାରୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି ଜୟଦେବ ଉନାଦକତ୍ ।ତାଙ୍କୁ ବି ରାଜସ୍ଥାନ ରୟାଲସ୍ ୧୧.୫ କୋଟିରେ କିଣିଛି। ତେବେ ଏଥର ଆଇପିଏଲ୍ର ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ବିରାଟ କୋହଲି । ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ୧୭ କୋଟି ଟଙ୍କାରେ ରଖିଥିବା ବେଳେ ଏଥର ଆଇପିଏଲ୍କୁ ପୁଣି ଫେରିଥିବା ଚେନ୍ନାଇ ଟିମ୍ ମହେନ୍ଦ୍ର ସିଂ ଧୋନୀଙ୍କୁ ୧୫ କୋଟି ଟଙ୍କାରେ ରଖିଛି । ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ ରୋହିତ୍ ଶର୍ମାଙ୍କୁ ୧୫ କୋଟି ଟଙ୍କାରେ ରଖିଛି । ଏଥର ଆଇପିଏଲ୍ରେ ଅନ୍ୟ ଦାମୀ ଭାରତୀୟ ଖେଳାଳି ମାନେ ହେଲେ । ମନୀଷ ପାଣ୍ଡେ, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୁରେଶ ରାଇନା । ମନୀଷଙ୍କୁ ହାଇଦ୍ରାବାଦ୍ ୧୧ କୋଟିରେ କିଣିଛି , ରାହୁଲଙ୍କୁ ପଞ୍ଜାବ ୧୧ କୋଟି, ପାଣ୍ଡ୍ୟାଙ୍କୁ ମୁମ୍ବାଇ ୧୧ କୋଟି ଓ ରାଇନାଙ୍କୁ ଚେନ୍ନାଇ ୧୧ କୋଟି ଟଙ୍କାରେ କିଣିଛି । ଭୁବନେଶ୍ବର କୁମାରଙ୍କୁ ୮.୫ କୋଟିରେ ହାଇଦ୍ରାବାଦ୍ କିଣିଛି ।ସେହିପରି କ୍ରୁଣାଳ ପାଣ୍ଡ୍ୟାଙ୍କୁ ୮.୮ କୋଟିରେ ମୁମ୍ବାଇ କିଣିଛି । ଚେନ୍ନାଇ କେଦାର ଯାଦବଙ୍କୁ ୭.୮ କୋଟିରେ ଓ ସଞ୍ଜୁ ସାମ୍ପସନ୍ଙ୍କୁ ରାଜସ୍ଥାନ ରୟାଲସ୍ ୮ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି । ସେହିଭଳି ଏଥର ଆଇପିଏଲ୍ରେ ସବୁଠାରୁ ଦାମୀ ବିଦେଶୀ ଖେଳାଳି ଭାବେ ବେନ ଷ୍ଟୋକ୍ସଙ୍କ ପଛରେ ଅଛନ୍ତି ଡେଭିଡ୍ ୱାର୍ଣ୍ଣର । ତାଙ୍କୁ ହାଇଦ୍ରାବାଦ୍ ୧୨ କୋଟିରେ କିଣିଥିବା ବେଳେ ଷ୍ଟିଭ ସ୍ମିଥଙ୍କୁ ରାଜସ୍ଥାନ ରୟଲସ୍ ୧୨ କୋଟିରେ ନିଜ ଦଳରେ ରଖିଛି । ସେହିଭଳି ଏବି ଡିଭିଲିଅର୍ସଙ୍କୁ ୧୧ କୋଟିରେ କିଣିଛି ବାଙ୍ଗାଳୁରୁ ।ସେହିଭଳି ଅଷ୍ଟ୍ରେଲିଆର କ୍ରିସ୍ ଲିନ୍ଙ୍କୁ କୋଲକାତା ୯.୬ କୋଟିରେ କିଣିଥିବା ବେଳେ ଦିଲ୍ଲୀ ଗ୍ଲେନ୍ ମ୍ୟାକ୍ସ ୱେଲଙ୍କୁ ୯ କୋଟି ଟଙ୍କାରେ, କୋଲକାତା ମିଚେଲ୍ ଷ୍ଟାର୍କଙ୍କୁ ୯.୪କୋଟି ଓ ସୁନିଲ୍ ନାରେନ୍ଙ୍କୁ ୮.୫ କୋଟିରେ କିଣିଛି । ବାଙ୍ଗାଲୋର କ୍ରିସ୍ ୱକ୍ସଙ୍କୁ ୭.୪ କୋଟିଓ ଦକ୍ଷିଣ ଆଫ୍ରିକା ସ୍ପିଡ୍ ଷ୍ଟାର ଲୁଙ୍ଗି ନେଗେଡି ମା୍ତ୍ର ୫୦ ଲକ୍ଷ ଟଙ୍କାରେ ଚେନ୍ନାଇ କିଣିଛି।ତେବେ ଗତକାଲି ବିକ୍ରି ହୋଇପାରିନଥିବା ନାଁ କରା ଖେଳାଳି ମୁରଲୀ ବିଜୟଙ୍କୁ ୨କୋଟି ଟଙ୍କାରେ ଚେନ୍ନାଇ କିଣିଥିବା ବେଳେ ମିଚେଲ୍ ଜନସନ୍ଙ୍କୁ କୋଲକାତା୨ କୋଟିରେ ଓ ନିଲାମୀ ଶେଷ ଆଡକୁ କ୍ରିସ୍ ଗେଲ୍ଙ୍କୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବେସ୍ ପ୍ରାଇସ୍ ୨କୋଟିରେ ହିଁ କିଣିଛି । ତେବେ ଏଥର ଡେଲ୍ ଷ୍ଟେନ୍,କୋରେ ଆଣ୍ଡରସନ୍, ଇଆନ୍ ମୋର୍ଗାନ୍, ଲ୍ୟୁକ୍ ରୋଙ୍କି , ଲିଣ୍ଡେଲ୍ ସିମନସ୍ଙ୍କ ଭଳି ଖେଳାଳିଙ୍କୁ କିଣିବାକୁ କୌଣସି ଦଳ ଆଗ୍ରହ ଦେଖାଇ ନାହାନ୍ତି ।